ରାଉରକେଲା : ରାଉରକେଲାରେ ନିଟ୍ ପୁନଃ ପରୀକ୍ଷା।। ୫ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା।। ଏନ୍‌ଆଇଟିରେ ୨ ପ୍ଲାଟୁନ୍ ପୋଲିସ ମୁତୟନ।

0 96

ରାଉରକେଲା:୨୧/୬
(ସତ୍ୟାନ୍ୟୁଜ)
ରାଉରକେଲାରେ ଆଜି ଅନୁଷ୍ଠିତ ହେଉଥିବା ନିଟ୍ (NEET) ପୁନଃ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷାର ସୁପରିଚାଳନା ଓ ଶାନ୍ତିପୂର୍ଣ୍ଣ ଆୟୋଜନ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।
ସୂଚନା ଅନୁଯାୟୀ, ସହରରେ ମୋଟ ୫ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିରୁ ୪ଟି କେନ୍ଦ୍ର ଏନ୍‌ଆଇଟି ରାଉରକେଲା ପରିସରରେ ଥିବାବେଳେ ଗୋଟିଏ କେନ୍ଦ୍ର ସରକାରୀ ଆଇଟିଆଇ ରାଉରକେଲାରେ କରାଯାଇଛି।
ଏନ୍‌ଆଇଟି କ୍ୟାମ୍ପସରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଅନ୍ୟ ସମସ୍ତ ପରୀକ୍ଷା କେନ୍ଦ୍ରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପରୀକ୍ଷା କେନ୍ଦ୍ର ଚାରିପାଖରେ ଆଇନ ଶୃଙ୍ଖଳା ରକ୍ଷା, ଯାତାୟାତ ନିୟନ୍ତ୍ରଣ ଏବଂ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ପୋଲିସ ପକ୍ଷରୁ ସତର୍କ ନଜର ରଖାଯାଇଛି।
ପରୀକ୍ଷାର୍ଥୀମାନଙ୍କୁ ନିର୍ଦ୍ଧାରିତ ସମୟର ପୂର୍ବରୁ କେନ୍ଦ୍ରରେ ପହଞ୍ଚିବା ସହ ସୁରକ୍ଷା ଯାଞ୍ଚ ସମୟରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
କଡ଼ା ସୁରକ୍ଷା ବଳୟ ମଧ୍ୟରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ସୂଚନା ମିଳିଛି।

Leave A Reply

Your email address will not be published.