ରାଉରକେଲା : ଡେଲି ମାର୍କେଟ ଅଞ୍ଚଳରୁ ଶେଷରେ ଉଠିଲା ରେଲୱେ ହାଇ ଟେନସନ୍ ଲାଇନ୍।। ଲୋକଙ୍କ ମଧ୍ୟରେ ଖୁସି ର ଲହର।

0 109

ରାଉରକେଲା:୨୨/୬
(ସତ୍ୟାନ୍ୟୁଜ) ଜନବହୁଳ ଡେଲି ମାର୍କେଟ ଅଞ୍ଚଳରେ ଦୀର୍ଘ ୬୦ ବର୍ଷ ଧରି ଯାଇଥିବା ବିପଦ ସଙ୍କୁଳ ହାଇ ଟେନସନ୍ ଲାଇନ୍ ଶେଷରେ ଉଠିଲା। ଏନେଇ ଉକ୍ତ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସି ଦେଖା ଦେଇଛି। ରେଲୱେ ର ଏହି ହାଇ ଟେନସନ୍ ଲାଇନ୍ ରାଉରକେଲା ର ମୁଖ୍ୟ ବ୍ୟବସାୟ ସ୍ଥଳ ଦେଇ ଯାଉଥିବାରୁ ସୁରକ୍ଷା ଦୃଷ୍ଟିରୁ ସବୁ ବେଳେ ଚିନ୍ତାର ବିଷୟ ଥିଲା। ସହରର ମୁଖ୍ୟ ମାର୍ଗ ଉପରେ ଏହି ଲାଇନ୍ ଯାଇଥିବା କେତେବେଳେ ବଡ ଦୁର୍ଘଟଣାର ମଧ୍ୟ ଆଶଙ୍କା ଥିଲା। ସ୍ଥାନୀୟ ଲୋକମାନେ ଅନେକ ବର୍ଷ ଧରି ଏହି ଲାଇନ୍ କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରି ଆସୁଥିଲେ। ମାତ୍ର ଏହି ଦାବି ପ୍ରତି କେହି କର୍ଣ୍ଣପାତ କରୁ ନଥିଲେ। ଅତୀତରେ ତାର ଛିଣ୍ଡି ଦୁଇ ଜଣଙ୍କ ଜୀବନ ମଧ୍ୟ ଯାଇଛି। ତାର ଝୁଲି ରହିଥିବାରୁ ଘର ଛାତ ଉପରେ ବୁଲା ଚଲା କରିବାକୁ ଲୋକେ ଭୟ କରୁଥିଲେ।
ଏ ବାବଦରେ ରାଉରକେଲା ଜାଗରଣ ମଞ୍ଚ ପକ୍ଷରୁ ଚକ୍ରଧରପୁର ଡିଆରଏମ୍ ଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ଦିଆ ଯାଇଥିଲା। ପୂର୍ବତନ ନଗରପାଳ କାଳନ୍ଦୀ ବଡ଼ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡିଆରଏମ ଙ୍କୁ ଭେଟି ଯଥା ଶୀଘ୍ର ତାର ହଟାଇବାକୁ ନିବେଦନ କରିଥିଲେ। ପ୍ରତିନିଧି ଦଳରେ ସତ୍ୟାନନ୍ଦ ମହାନ୍ତି , ଅମିତାଭ ସାମଲ , ରଞ୍ଜିତ୍ ନାୟକ , ଦେବାନନ୍ଦ ଶ୍ରୀଚନ୍ଦନ , ଦୂର୍ଯ୍ୟ ସେଠୀ ପ୍ରମୁଖ ସାମିଲ ଥିଲେ। ଏ ବାବଦରେ ରାଜ୍ୟସଭା ସଦସ୍ୟ ଦିଲ୍ଲୀପ ରାୟ ଙ୍କୁ ମଧ୍ୟ ଅବଗତ କରା ଯାଇଥିଲା। ଶେଷରେ ଆଜି ରେଲୱେ ଏବଂ ଟାଟା ପାୱାର ପକ୍ଷରୁ ପଦକ୍ଷେପ ନିଆ ଯାଇ ହାଇ ଟେନସନ୍ ଲାଇନ୍ ହଟା ଯାଇଥିବାରୁ ଲୋକଙ୍କ ମଧ୍ୟରେ ଖୁସି ଦେଖା ଦେଇଛି।

Leave A Reply

Your email address will not be published.