ରାଉରକେଲା : ପୋଲିସ୍ ରିଜର୍ଭ ପଡ଼ିଆରେ ରାଉରକେଲା ପୋଲିସର ଅନ୍ତର୍ଜାତୀୟ ଯୋଗା ଦିବସ ପାଳିତ।। ଯୋଗ ଦେଲେ ଡିଆଇଜି ଏବଂ ଏସପି।

0 56

ରାଉରକେଲା ପୋଲିସ୍ ରିଜର୍ଭ ପଡ଼ିଆରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ରାଉରକେଲା, ୨୧/୬ (ସତ୍ୟ ନ୍ୟୁଜ): ରାଉରକେଲା ପୋଲିସ ଏବଂ ଚତୁର୍ଥ ଓଏସଏପି ବାଟାଲିୟନ ପକ୍ଷରୁ ରବିବାର ପୋଲିସ୍ ରିଜର୍ଭ ପଡ଼ିଆରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳନ କରାଯାଇଛି।
ଏହି ଅବସରରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଓ ରାଉରକେଲା ଏସପି ନୀତେଶ ୱାଧୱାନି ଯୋଗଦେଇ ପୋଲିସ୍ କର୍ମଚାରୀଙ୍କ ସହ ସାମୂହିକ ଯୋଗାଭ୍ୟାସ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ପୋଲିସ୍ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଡିଆଇଜି ଓ ଏସପି କହିଥିଲେ ଯେ, ପୋଲିସ୍ ସେବା ଭଳି ଚାପପୂର୍ଣ୍ଣ କାର୍ଯ୍ୟକ୍ଷେତ୍ରରେ ଶାରୀରିକ ସୁସ୍ଥତା ସହ ମାନସିକ ସନ୍ତୁଳନ ରକ୍ଷା କରିବା ନିହାତି ଆବଶ୍ୟକ। ଯୋଗ ମନ ଓ ଶରୀରକୁ ସୁସ୍ଥ ରଖିବା ସହ ଚାପମୁକ୍ତ ଜୀବନ ଯାପନରେ ସହାୟକ ହୋଇଥାଏ। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ଉଚିତ ବୋଲି ସେମାନେ ବାର୍ତ୍ତା ଦେଇଥିଲେ।
ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ମାଧ୍ୟମରେ ସୁସ୍ଥ ଓ ସକାରାତ୍ମକ ଜୀବନଶୈଳୀ ଅପଣାଇବାକୁ ଆହ୍ୱାନ କରାଯାଇଥିଲା।

Leave A Reply

Your email address will not be published.