ରାଉରକେଲା : ଗ୍ଲେମର୍ ଦୁନିଆ ପ୍ରତି ଆକର୍ଷିତ ହେଉଛନ୍ତି ଯୁବପିଢ଼ି।। ସହରରେ ଆୟୋଜିତ ହେଉଛି ବିୟୁଟି କଣ୍ଟେଷ୍ଟ।

0 126

ରାଉରକେଲା:୧୭/୬
(ସତ୍ୟାନ୍ୟୁଜ) ଆଜିର ଦିନରେ ଅନେକ ଯୁବପିଢ଼ି ଗ୍ଲେମର୍ ଦୁନିଆ ପ୍ରତି ଆକର୍ଷିତ ହେଉଛନ୍ତି। ମଡେଲିଙ୍ଗ , ବିୟୁଟି କଣ୍ଟେଷ୍ଟ ଆଦି ପ୍ରତିଯୋଗିତା ମାଧ୍ୟମରେ ନିଜ
ଟ୍ୟାଲେଣ୍ଟ ମଧ୍ୟ ପ୍ରଦର୍ଶନ କରୁଛନ୍ତି। ଏହି ସୁନ୍ଦରୀ ପ୍ରତିଯୋଗିତା କେବଳ ବଡବଡ ସହର ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହା ଏବେ ଛୋଟ ଛୋଟ ସହର ରେ ମଧ୍ୟ ଦେଖା ଗଲାଣି।
ଆସନ୍ତା ୨୭ ଏବଂ ୨୮ ତାରିଖରେ ରାଉରକେଲା ଭଞ୍ଜ ଭବନ ଠାରେ ଆୟୋଜନ କରା ଯାଉଛି ୟୁନିଭର୍ସାଲ ଓଡ଼ିଶା – ୨୦୨୬ । ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ ମିସ୍ , ମିସେସ୍, ମିଷ୍ଟର୍ ଆଦି ପ୍ରତିଯୋଗୀ ମାନେ ଯୋଗ ଦେବେ। ଏହି କଣ୍ଟେଷ୍ଟ ରୁ ପ୍ରତିଯୋଗୀ ମାନେ ସିଲେକ୍ଟ ହୋଇ ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବେ। ରାଉରକେଲା ଇସ୍ପାତ ସହର ସହିତ ସାରା ଓଡ଼ିଶାର ଯୁବପିଢ଼ି ଙ୍କୁ ଆଗକୁ ଆଣିବାକୁ ଏହି ପ୍ରୟାସ ବୋଲି ଗ୍ଲୋବାଲ୍ ମଡେଲ ସଂସ୍ଥାର ଫାଉଣ୍ଡର ସୁସ୍ମିତା ଭଞ୍ଜ କହିଛନ୍ତି।

Leave A Reply

Your email address will not be published.