ରାଉରକେଲା : ହତ୍ୟାକାରୀଙ୍କ ଗିରଫ ଦାବିରେ ବିଧାୟକଙ୍କ ଘର ସମ୍ମୁଖରେ ବିକ୍ଷୋଭ।। ଅଭିଯୁକ୍ତଙ୍କୁ ଧରିବାକୁ ଏସପି ଙ୍କ ନିର୍ଦ୍ଦେଶ ରେ ୪ଟି ଟିମ୍ ଗଠନ।

0 133

ରାଉରକେଲା: ୧୮/୬(ସତ୍ୟାନ୍ୟୁଜ) ରାଉରକେଲା ୬ ନମ୍ୱର୍ ସେକ୍ଟର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ରେ ଘଟି ଯାଇଥିବା ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ ର କୌଣସି ଆସାମୀ ଗିରଫ ହୋଇ ନଥିବାରୁ ବସ୍ତି ବାସିନ୍ଦା ଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ବସ୍ତି ଲୋକମାନେ ଏବଂ ପରିବାର ବର୍ଗ ୭ ନମ୍ୱର୍ ସେକ୍ଟର ଥାନାରେ ଧାରଣା ଦେଇଛନ୍ତି। ଅନ୍ୟପକ୍ଷରେ ବସ୍ତି ବାସିନ୍ଦା ମାନେ ରଘୁନାଥପାଲି ବିଧାୟକ ଦୁର୍ଗା ତନ୍ତୀଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। ମୃତକ ତୋଫାନ ବିଜେପି ସମର୍ଥକ ହୋଇଥିବା ଦାବି କରି ବିଧାୟକ ଅଭିଯୁକ୍ତଙ୍କ ଗିରଫଦାରି ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏପରିକି ବସ୍ତି ବାସିନ୍ଦା ମାନେ ବିଧାୟକଙ୍କ ଗାଡ଼ି ସମ୍ମୁଖରେ ବସି ଯାଇଥିଲେ। ହତ୍ୟାକାଣ୍ଡ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ କେହି ଅଭିଯୁକ୍ତ ଧରା ନପଡ଼ିବା ଚିନ୍ତାର ବିଷୟ ହୋଇଛି। ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ ନିର୍ଦ୍ଦେଶ ରେ
ଡିଏସପି ମନୋରଞ୍ଜନ ପ୍ରଧାନଙ୍କ ନେତୃତ୍ୱ ରେ ୪ ଟି ଥାନାର ଅଧିକାରୀଙ୍କୁ ନେଇ ୪ଟି ଟିମ୍ ଗଠନ କରା ଯାଇଛି। ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରା ଯାଇଥିବା ବେଳେ ସେମାନେ ଖୁବ୍ ଶୀଘ୍ର ଧରା ପଡ଼ିବେ ବୋଲି ପୋଲିସ୍ କହିଛି।
ସୂଚନାଯୋଗ୍ୟଯେ ଗୋଲଘର ରାମେଶ୍ୱର ପାଲି ର ୨୯ ବର୍ଷୀୟ ଯୁବକ ତୋଫାନ ବିନ୍ଧାଣୀ ଙ୍କୁ ମଙ୍ଗଳବାର ଦିନ ନାରାୟଣପାଲି କିଛି ଯୁବକ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।

Leave A Reply

Your email address will not be published.