ରାଉରକେଲା : ୧୫ ନମ୍ୱର୍ ସେକ୍ଟର ଥାନା ଅଞ୍ଚଳରେ ଥିବା ଏକ କ୍ୱାର୍ଟର ରେ ଅଗ୍ନିକାଣ୍ଡ।।ନିଆଁ ଲିଭା ରେ ୩ ଟି ଦମକଳ ନିୟୋଜିତ।
ରାଉରକେଲା ସେକ୍ଟର-୧୫ରେ ଘରେ ଅଗ୍ନିକାଣ୍ଡ। ଲକ୍ଷାଧିକ ତାଙ୍କର ସମ୍ପତ୍ତି ଭସ୍ମୀଭୂତ।
ରାଉରକେଲା, ୨୦/୬ (ସତ୍ୟାନ୍ୟୁଜ): ଆଜି ଭୋର ପ୍ରାୟ ୨ଟା ୪୫ ମିନିଟ୍ ସମୟରେ ରାଉରକେଲା ୧୫ ନମ୍ୱର୍ ସେକ୍ଟର ଅଞ୍ଚଳର ସି-୨୨୧ ନମ୍ବର କ୍ୱାର୍ଟର ରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ସୂଚନା ପାଇ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ।କରିଥିଲେ। ମାତ୍ର ନିଆଁ ଆୟତ୍ତ ନହେବାରୁ ଆଉ ଗୋଟିଏ ଦମକଳ ଅଣା ଯାଇଥିଲା।
ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣା ପଡିନାହିଁ। ପ୍ରାଥମିକ ସୂଚନା ମୁତାବକ ବିଦ୍ୟୁତ୍ ଚାଳିତ ସ୍କୁଟି ଚାର୍ଜ୍ ରେ ବସିଥିବା ବେଳେ ଅଗ୍ନିକାଣ୍ଡ ଘଟି ଥିବା ଅନୁମାନ କରାଯାଉଛି। ଏହି ଘଟଣାରେ କ୍ଷୟକ୍ଷତି ପରିମାଣ ଜଣା ପଡିନାହିଁ। ଘଟଣାରେ କେହି ଆହତ ହେବା ନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ଆସିନାହିଁ। ତଦନ୍ତ ଓ କ୍ଷୟକ୍ଷତିର ଆକଳନ ଜାରି ରହିଥିବା ବେଳେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି। ତେବେ ଅନ୍ୟ ଏକ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଘରେ କିଛି ଜ୍ଵଳନଶୀଳ ସାମଗ୍ରୀ ଥିବାରୁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା। ପୋଲିସ୍ ଘଟଣାର ତଦନ୍ତ କରୁଛି।