ରାଉରକେଲା: ନିଶା କାରବାର କୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା।। ଅନ୍ୟ ଜଣେ ଗୁରୁତର।

0 323

ରାଉରକେଲା:୧୬/୬(ସତ୍ୟାନ୍ୟୁଜ) ନିଶା କାରବାରକୁ ବିରୋଧ କରିବାରୁ ସଂଘବଦ୍ଧ ଆକ୍ରମଣରେ ରାଉରକେଲାରେ ଜଣେ ଯୁବକଙ୍କ ମୃତ୍ୟୁ ଏବଂ ଆଉଜଣେ ଗୁରୁତର ହେବା ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି ୭ ନମ୍ୱର୍ ସେକ୍ଟର ଥାନା ଅନ୍ତର୍ଗତ ଗୋଲଘର ନିକଟ ଏକ ବସ୍ତିରେ। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି କିଛି ଯୁବକ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ତୋଫାନ ବିନ୍ଧାଣୀ ଏବଂ ଅନ୍ୟ ଜଣେ ଯୁବକଙ୍କୁ ଆକ୍ରମଣ କରି ଥିଲେ । ଆକ୍ରମଣରେ ଗୁରୁତର ଯୁବକଙ୍କୁ ଆଇ ଜି ଏଚ ନିଆ ଯାଇଥିବା ବେଳେ ତୋଫାନ ବିନ୍ଧାଣୀ ଙ୍କ ସେଠାରେ ମୃତ୍ୟୁ ହୋଇ ଯାଇଥିଲା। ଆକ୍ରମଣର ଶିକାର ଅନ୍ୟ ଜଣେ ଯୁବକ ଶୁଭେନ୍ଦୁ ସେଠୀ ଗୁରୁତର ଅବସ୍ଥାରେ ଆଇଜିଏଚ ରେ ଚିକିତ୍ସିତ ଅଛନ୍ତି। ପୋଲିସ୍ ତଦନ୍ତ ଜାରି ରହିଛି। ସୂଚନା ଅନୁଯାୟୀ କିଛି ଯୁବକ ବସ୍ତିରେ ନିଶା ଦ୍ରବ୍ୟ କାରବାରରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା। ଏହାକୁ ତୋଫାନ ଏବଂ ଶୁଭେନ୍ଦୁଙ୍କ ସମେତ କିଛି ବସ୍ତି ଲୋକ ବିରୋଧ କରୁଥିଲେ। ନିଶା କାରବାର କୁ ବିରୋଧ କରୁଥିବାରୁ ଆଜି ସେମାନେ ଆକ୍ରମଣର ଶିକାର ହୋଇ ଥିବା କୁହା ଯାଉଛି।

Leave A Reply

Your email address will not be published.