ରାଉରକେଲା : ହନୁମାନ ବାଟିକା ଗୁଣ୍ଡିଚା ମନ୍ଦିରର ସ୍ଥାନ ବଦଳିଲା।। ପ୍ଲାଣ୍ଟସାଇଟ୍ ପରିବର୍ତ୍ତେ ଓରାମ ପଡା ଆସିବେ ଠାକୁର।
ରାଉରକେଲା:୧୬/୬(ସତ୍ୟାନ୍ୟୁଜ) ପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ରାଉରକେଲାରେ ଚାଲିଛି ଜୋରଦାର ପ୍ରସ୍ତୁତି। ସହର ତଥା ଆଖପାଖ ଅଞ୍ଚଳରେ ପ୍ରାୟ ୧୦ ଟି ସ୍ଥାନରେ ରଥଯାତ୍ରା ଆୟୋଜିତ ହୋଇଥାଏ। ଏଥିପାଇଁ ବିଭିନ୍ନ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଏବେ ଠାରୁ କାମ ଆରମ୍ଭ ହୋଇ ଗଲାଣି। ଏହି ପରିପ୍ରେକ୍ଷୀରେ ରାଉରକେଲା ହନୁମାନ ବାଟିକା ରେ ସାଂସଦ ଦିଲ୍ଲୀପ ରାୟ ଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଜୟ ହନୁମାନ ଟ୍ରଷ୍ଟ ର ସଦସ୍ୟ , ପ୍ଲାଣ୍ଟ ସାଇଟ୍ ଗୁଣ୍ଡିଚା ମନ୍ଦିର ସଦସ୍ୟ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ। ରଥ ଯାତ୍ରା କିପରି ସୁଚାରୁ ରୂପେ ସମ୍ପନ୍ନ ହେବ ସେ ବାବଦରେ ବିସ୍ତୃତ ଆଲୋଚନା କର ଯାଇଥିଲା। ଟ୍ରଷ୍ଟ ସେକ୍ରେଟାରୀ ଶୁଭ ପଟ୍ଟନାୟକ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ମାତ୍ର ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ହନୁମାନ ବାଟିକା ରଥ ପ୍ଲାଣ୍ଟ ସାଇଟ୍ ରୋଡ ଗୁଣ୍ଡିଚା ମନ୍ଦିର ଯାଉଥିଲା। ତିନି ଠାକୁର ସେଠାରେ ୯ ଦିନ ରହିବା ପରେ ହନୁମାନ ବାଟିକା ବାହୁଡ଼ି ଆସୁଥିଲେ। ମାତ୍ର ଚଳିତ ବର୍ଷ ଓରାମ ପଡା ସିଂହାସନୀ ମନ୍ଦିର ନିକଟରେ ନୂତନ ଗୁଣ୍ଡିଚା ମନ୍ଦିର ନିର୍ମାଣ କରା ଯାଇଛି। ଏବେ ହନୁମାନ ବାଟିକା ରୁ ତିନି ଠାକୁର ନୂତନ ଗୁଣ୍ଡିଚା ମନ୍ଦିର କୁ ଆସିବେ। ପ୍ଲାଣ୍ଟସାଇଟ୍ ରୋଡ ରେ ସ୍ଥାନାଭାବ ତଥା ଟ୍ରାଫିକ ଦୃଷ୍ଟିକୋଣ ରୁ ଗୁଣ୍ଡିଚା ମନ୍ଦିରର ସ୍ଥାନ ପରିବର୍ତ୍ତନ କରା ଯାଇଥିବା ଜୟ ହନୁମାନ ଟ୍ରଷ୍ଟ
ଚେଆରମ୍ୟାନ୍ ଦିଲ୍ଲୀପ ରାୟ କହିଛନ୍ତି।