ସୁନ୍ଦରଗଡ଼ : ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର।। ୧୦ ନମ୍ୱର୍ ରାଜ୍ୟ ରାଜପଥରେ ଭୟାବହ ଦୁର୍ଘଟଣା।।

0 95

ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ । ରାଜପଥରେ ଦୁଇ ଟ୍ରେଲର ମୁହାଁମୁହିଁ ଧକ୍କା । ସୁନ୍ଦରଗଡ଼:୧୬/୬(ସତ୍ୟାନ୍ୟୁଜ)
ଜୀବନ୍ତ ଜଳି ଗଲେ ଦୁଇ ଚାଳକ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା କଇଁତରା ନିକଟ ୧୦ ନମ୍ବର ରଜ୍ୟ ରାଜପଥ ରେ ଦୁଇ ଟ୍ରେଲର ମୁହାଁ ମୁହିଁ ଧକ୍କା ହେବା ଫଳରେ ହଠାତ୍ ଦୁଇ ଟ୍ରେଲର ରେ ନିଆଁ ଲାଗିଯାଇଥିଲା। ଫଳରେ ଗାଡି ମଧ୍ୟରେ ଜୀବନ୍ତ ଜଳି ଯାଇଛନ୍ତି ଦୁଇ ଚାଳକ । ଝାରସୁଗୁଡ଼ା ପଟରୁ ସୁନ୍ଦରଗଡ ଆଡ଼କୁ ଆସୁଥିବା ଟ୍ରେଲର ଟି ଭାରସାମ୍ୟ ହରାଇ ଡିଭାଇଡର ପାର ହୋଇ ସୁନ୍ଦରଗଡ ରୁ ଝାରସୁଗୁଡ଼ା ପଟକୁ ଯାଉଥିବା ଟ୍ରେଲର କୁ ଧକ୍କା ଦେଇଥିଲ । ଧକ୍କା ରେ ଅନ୍ୟ ଟ୍ରେଲର ର ଡିଜେଲ ଟାଙ୍କି ଫାଟି ସେଥିରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଦୁଇ ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଘଟଣାସ୍ଥଳ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଦୁଇ ଚାଳକ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲେ । ଡ୍ରାଇଭର ଦୁଇ ଜଣଙ୍କ ପରିଚୟ ମିଳି ପାରିନାହିଁ ।

Leave A Reply

Your email address will not be published.