ଭଦ୍ରକ: ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ।। ବାଲେଶ୍ୱର ଏବଂ ଭଦ୍ରକ ଥାନାରେ ପପୁ ନାଁରେ ରହିଛି ବହୁ ମାମଲା।
ଭଦ୍ରକ ପୋଲିସର ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ।
ଭଦ୍ରକ : ୧୧/୬(ସତ୍ୟାନ୍ୟୁଜ) ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ଅପରାଧିକ ଗତିବିଧି ବୃଦ୍ଧି ପାଇଥିବା ବେଳେ ପୋଲିସ୍ ମଧ୍ୟ କଡ ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ଭଦ୍ରକ ପୋଲିସ ହାତରେ ଲାଗିଛି ଏକ ବଡ ସଫଳତା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ପୋଲିସ୍ ଗୁଳିରେ ଆହତ ହୋଇ ଥିବା ସୂଚନା ମିଳିଛି। ବୁଧବାର ରାତିରେ ଭଦ୍ରକରେ ଲୁଟ କରିବା ପାଇଁ ପପୁ ଜଣେ ସହଯୋଗୀ ସହ ଯୋଜନା କରୁଥିବା ପୋଲିସ୍ ସୂଚନା ପାଇ ଥିଲା। ପୁଲିସ ଉପରକୁ ଗୁଳି ଚଳାଇ ପପୁ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ପୁଲିସ ପାଲଟା ଗୁଳି ଚାଳନା କରିଥିଲା । ଏନକାଉଣ୍ଟରରେ ପପୁ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ପପୁ କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ପପୁର ସହଯୋଗୀ ଫେରାର ହୋଇ ଯାଇଛି ବୋଲି ସୂଚନା ମିଳିଛି । ପପୁ ନାମରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଥାନାରେ ମାମଲା ରହିଛି ।ଏହି ଏନକାଉଣ୍ଟର ବେଳେ ୩ ପୁଲିସ କର୍ମଚାରୀ ବି ଆହତ ହୋଇଛନ୍ତି ।ଜଣେ ASI, ଜଣେ ଇନସ୍ପେକ୍ଟର ଏବଂ ଜଣେ କନେଷ୍ଟବଲ୍ ଆହତ ହୋଇଛନ୍ତି । ଭଦ୍ରକ ଏସପି ମନୋଜ ରାଉତ ଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ସଦର , ଗ୍ରାମାଞ୍ଚଳ ଓ ପୁରୁଣା ବଜାର ପୁୁଲିସ ଏହି ମିଳିତ ଅପରେସନ୍ କରିଥିଲେ ।