ସୁନ୍ଦରଗଡ଼ : ଗାଡ଼ି ଚୋରି , ଲୁଟ୍ , ଡକାୟତି କରୁଥିବା ଗ୍ୟାଙ୍ଗ ର ପର୍ଦ୍ଦାଫାସ।। ୩ ଗିରଫ ।। ୪ ବାଇକ୍ , ମାରଣାସ୍ତ୍ର ସହ ମୋବାଇଲ୍ ଫୋନ୍ ଜବତ।
ସୁନ୍ଦରଗଡ଼:୧୧/୬(ସତ୍ୟାନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଅଞ୍ଚଳରେ ଗାଡ଼ି ଚୋରି, ଲୁଟ୍ ଓ ଡକାୟତି ଘଟଣାରେ ସମ୍ପୃକ୍ତ ଏକ ଯୁବ ଗ୍ୟାଙ୍ଗକୁ ଧରିବାରେ।ପୋଲିସ୍ ସଫଳ ହୋଇଛି। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୪ଟି ବାଇକ୍, ମୋବାଇଲ ଫୋନ ଏବଂ ମାରଣାସ୍ତ୍ର ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପ୍ରଥମେ କନିକା ଅଞ୍ଚଳରୁ ଏକ ହିରୋ ଏଚ୍ ଏଫ୍ ଡିଲକ୍ସ ବାଇକ୍ ଚୋରି କରିଥିଲେ। ପରେ ଏକ ହୋଣ୍ଡା ଲିଭୋ ବାଇକ୍ ଲୁଟ କରିବା ସହ ଗର୍ଜନବାହାଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ତାଙ୍କ ମାରୁତି ସ୍ୱିଫ୍ଟ ଡିଜାୟର କାର୍ ଡକାୟତି କରିଥିଲେ।
ଏସପି ସୁନ୍ଦରଗଡ଼ଙ୍କ ନିର୍ଦ୍ଦେଶରେ ଗଠିତ ତିନୋଟି ସ୍ୱତନ୍ତ୍ର ଟିମ୍ ସିସିଟିଭି ଫୁଟେଜ୍, ଟେକ୍ନିକାଲ ଏଭିଡେନ୍ସ ଓ ଗୁପ୍ତ ସୂଚନା ଆଧାରରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଚୋରି ହୋଇଥିବା ସମସ୍ତ ଗାଡ଼ି ମଧ୍ୟ ଉଦ୍ଧାର କରାଯାଇଛି।
ଅଭିଯୁକ୍ତମାନଙ୍କର ଅନ୍ୟ କୌଣସି ଅପରାଧିକ ଘଟଣାରେ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ହେମଗିର ପୋଲିସର ଏହି ସଫଳତା ଅଞ୍ଚଳରେ ଯାନ ସମ୍ପର୍କିତ ଅପରାଧ ରୋକିବାରେ ଏକ ବଡ଼ ସଫଳତା ବୋଲି ମନେ କରାଯାଉଛି।