ରାଉରକେଲା : ବିପଜ୍ଜନକ ଅବସ୍ଥାରେ ଥିବା ଶୁଖିଲା ଓସ୍ତ ଗଛ ଶେଷରେ କଟା ଗଲା।। ଡେଲି ମାର୍କେଟ ରେ ରାତିରେ କଟା ଗଲା ଗଛ।। ଲୋକେ ମଧ୍ୟରେ ଆଶ୍ୱସ୍ତି।

0 74

ରାଉରକେଲା:୧୧/୬(ସତ୍ୟାନ୍ୟୁଜ) ରାଉରକେଲା ସହରର ମୁଖ୍ୟ ମାର୍ଗରେ ବିପଜ୍ଜନକ ଅବସ୍ଥାରେ ଥିବା ଶୁଖିଲା ଓସ୍ତ ଗଛ ଶେଷ ରେ କଟା ଗଲା। ବୁଧବାର ରାତିରେ ବନ ବିଭାଗ ପକ୍ଷରୁ ଡେଲି ମାର୍କେଟ ରେ ଥିବା ଏହି ଗଛ କଟା ଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଝଡ ତୋଫାନ ହେଲେ ଏହି ଶୁଖିଲା ଗଛର ଡାଳ ଖସି ପଡ଼ି ଲୋକ ମାନେ ଆହତ ହେଉଥିଲେ। ଅନେକ ଅଭିଯୋଗ ପରେ ମଧ୍ୟ ବନ ବିଭାଗ ବିପଜ୍ଜନକ ଅବସ୍ଥାରେ ଥିବା ଗଛ କାଟି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉ ଥିଲା। ଏହି ଶୁଖିଲା ଓସ୍ତ ଗଛ କାଟିବାକୁ ଲୋକଙ୍କ ଅନୁରୋଧ ପରେ ସତ୍ୟା ନ୍ୟୁଜ ଆଲର୍ଟ ପକ୍ଷରୁ ବାରମ୍ବାର ଖବର ପ୍ରସାରଣ କରାଯାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରା ଯାଇଥିଲା। କିଛି ଦିନ ପୂର୍ବରୁ ବନବିଭାଗ ଅଧିକାରୀ ମାନେ ଆସି ଏହି ସ୍ଥାନ ରେ ଯାଞ୍ଚ କରିଥିଲେ। ଏହା ସହରର ଏକ ବ୍ୟସ୍ତ ବହୁଳ ଅଞ୍ଚଳ ଥିବାରୁ ରାତି ରେ ଗଛ କାଟିବା ଲାଗି ନିଷ୍ପତ୍ତି ନିଆ ଯାଇଥିଲା। ଅବଶେଷରେ ଗତକାଲି ରାତିରେ ଏହି ଗଛ କଟା ଯାଇଥିବାରୁ ଲୋକମାନେ ସନ୍ତୋଷ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.