ସୁନ୍ଦରଗଡ଼ : ଡାକ୍ତର ଙ୍କ ଘରୁ ଲୁଟ୍।। ଲୁଟ୍ ର ୬ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ଗିରଫ।। ୧ ଲକ୍ଷ ୬୭ ହଜାର ଟଙ୍କା ଜବତ।

0 117

କ୍ବାକ ଡାକ୍ତରଙ୍କ ଘରେ ଲୁଟ, ୬ ଲୁଟେରା ଗିରଫ,ଲୁଟ ସାମଗ୍ରୀ ଜବତ
ସୁନ୍ଦରଗଡ଼:୧୧/୬(ସତ୍ୟାନ୍ୟୁଜ)
ସୁନ୍ଦରଗଡ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ବସ୍ତି ଅଞ୍ଚଳରେ ଜଣେ କ୍ବାକ ଡାକ୍ତର ଙ୍କ ଘରେ ସଶସ୍ତ୍ର ଲୁଟ ଘଟଣା ରେ ପୁଲିସ ୬ ଘଣ୍ଟା ମଧ୍ୟରେ ୬ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ଗତ କାଲି ସନ୍ଧ୍ୟା ପ୍ରାୟ ୮ଟା ବେଳେ ୬ ଜଣ ଲୁଟେରା ଧରୁଆଡିହି ବସ୍ତିରେ ଥିବା କ୍ବାକ ଡାକ୍ତର ମୋତିଲାଲ ବିଶ୍ବାସ ଙ୍କ ଘରେ ପଶି ତାଙ୍କୁ କାବୁ କରି ୧ ଲକ୍ଷ ୬୭ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ପୁଲିସ ଖବର ପାଇଲା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଲୁଟେରା ମାନେ କିଞ୍ଜିର୍ମା ଜଙ୍ଗଲ ରେ ଲୁଚି ଥିବା ଖବର ପାଇ ପୁଲିସ ସେଠାରେ ଚଢାଉ କରି ସମସ୍ତ ୬ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲା । ତାଙ୍କ ଠାରୁ ଲୁଟ୍ ହୋଇଥିବା ସମସ୍ତ ଟଙ୍କା , ଦୁଇଟି ବାଇକ୍, ୫ ଟି ମୋବାଇଲ ଏବଂ ଗୋଟିଏ ଭୁଜାଲି ଜବତ କରିଛି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସପି ଅମ୍ରିତ ପାଲ କୌର କହିଛନ୍ତି ।

Leave A Reply

Your email address will not be published.