ଜାତୀୟ ରାଜପଥରେ ଟ୍ରକ ଏବଂ ଟ୍ରେଲର ମଧ୍ୟରେ ଦୁର୍ଘଟଣା।। ରାଞ୍ଚି- ରାଉରକେଲା ମଧ୍ୟରେ ଯାନ ଚଳାଚଳ ବାଧାପ୍ରାପ୍ତ ।

0 437

ରାଉରକେଲା- ରାଞ୍ଚି ମାର୍ଗରେ ଏକ ସଡ଼କ ଦୁର୍ଘଟଣା ଯୋଗୁଁ ରବିବାର ଦିନ ଏହି ରୁଟ ରେ ୨ ଘଣ୍ଟା ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାଞ୍ଚି-ରାଉରକେଲା ମଧ୍ୟରେ ଥିବା କୋଲୋବିରା ଘାଟି ରେ ଏକ ଟ୍ରକ ଏବଂ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଏହି ରାଜପଥରେ ଟ୍ରାଫିକ ଜାମ ହୋଇଯାଇଥିଲା

। ସକାଳ ୯ ଟା ରେ ହୋଇଥିବା ଦୁର୍ଘଟଣାରେ ଟ୍ରାଫିକ ଜାମ ଯୋଗୁଁ ରାଞ୍ଚି ରୁ ରାଉରକେଲା ଆସୁଥିବା ବସ ଏବଂ ଅନ୍ୟ ଯାନ ଗୁଡିକ ଫସି ରହିଥିଲା । ଦୁର୍ଘଟଣା ପରେ ଟ୍ରକ ଏବଂ ଟ୍ରେଲର ଚାଳକ ଗାଡି ମଧ୍ୟରେ ଫସି ରହିଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିବା ବେଳେ କୋଲୋବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରୁ ଦୁର୍ଘଟଣାଗ୍ରସ୍ତ ଟ୍ରକ ଏବଂ ଟ୍ରେଲର ହଟାଇଥିଲେ । ପରେ ଏହି ଜାତୀୟ ରାଜପଥ ରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।

Leave A Reply

Your email address will not be published.