ମଧୁମେହ ରୋଗ କବଳରେ ଏବେ ସାରା ବିଶ୍ୱରେ ୨୫ ପ୍ରତିଶତ ଲୋକ ପୀଡିତ । ଏହି ରୋଗ ଲାଗି ଔଷଧ ବାହାରିବା ସହ ଇନସୁଲିନ ହେଉଛି ସବୁଠାରୁ ଜୀବନ ରକ୍ଷାକରି ଔଷଧ । ଇନସୁଲିନ ଉଦ୍ଭାବନ ହେବା ଆଜିକୁ ୧୦୦ ବର୍ଷ ପୁରିଛି
। ଆଜି ମଧ୍ୟ ବିଶ୍ୱ ମଧୁମେହ ଦିବସ । ଡାଇବେଟିସ କୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଔଷଧ ସହ ଜୀବନଶୈଳୀ ର ପରିବର୍ତ୍ତନ ନିତ୍ୟାନ୍ତ ଆବଶ୍ୟକ। ସଠିକ ଖାଦ୍ୟପେୟ , ଶାରୀରିକ ବ୍ୟାୟାମ ଦ୍ୱାରା ଏହି ରୋଗକୁ ନିୟନ୍ତ୍ରଣ ରେ ରଖାଯାଇ ପାରିବ । ଆଜି ଡାଇବେଟିସ ଦିବସରେ ରୋଗ ବାବଦରେ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ରାଉରକେଲା ରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ସୁଇଟ ଲାଇଫ ଡାଇବେଟିସ କେୟାର ପକ୍ଷରୁ ଡାକ୍ତର ଅଂଶୁମନ ନାୟକ ଙ୍କ ଉଦ୍ୟମରେ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ତିନୋଟି ସ୍ଥାନରେ ଆଜି ମଧୁମେହ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ରାଉରକେଲା ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ସାରଦା ପ୍ରସାଦ ନାୟକ , ପଦ୍ମଶ୍ରୀ ମିତ୍ରଭାନୁ ଗଉନ୍ତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱ ମଧୁମେହ ଦିବସର ଚଳିତ ବର୍ଷର ବାର୍ତ୍ତା ଥିଲା
” ଯଦି ଏବେ ନୁହେଁ , କେବେ !” ।

