ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷାର ପ୍ରଭାବ ଜାରି।। ସାଧାରଣ ଜୀବନ ଯାତ୍ରା ବ୍ୟାହତ ।

0 400

ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ବର୍ଷା ର ପ୍ରଭାବ ଆଜି ମଧ୍ୟ ଜାରି ରହିଛି । ଶନିବାର ଅପେକ୍ଷା ଆଜି ବର୍ଷାର ପ୍ରକୋପ କମିଥିଲେ ମଧ୍ୟ ଲଗାତାର ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ପଡିଛି ।

ସମଗ୍ର ଜିଲ୍ଲାରେ କାଉଁଳିଆ ପାଗ ଲାଗି ରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସକାଳୁ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେଉଛି। ଭୁବନେଶ୍ୱର ପାଣି ପାଗ ବିଭାଗ ଜାରୀ କରିଥିବା ସୂଚନା ଅନୁଯାୟୀ ଆଜି ରାଜ୍ୟର ୪ ଟି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ । କଟକ , ଖୋର୍ଦ୍ଧା , କେନ୍ଦୁଝର , ପୁରୀ , ଗଞ୍ଜାମ , କଳାହାଣ୍ଡି , କନ୍ଧମାଳ , ନୟାଗଡ , ବୌଦ୍ଧ , ଗଜପତି ଆଦି ଜିଲ୍ଲା ରେ କାଉଁଳିଆ ପାଗ ସହ ବର୍ଷାର ପ୍ରଭାବ ରହିବ । ଏପରି କାଉଁଳିଆ ପାଗ ଏବଂ ବର୍ଷା ଆଉ ଦୁଇ ତିନି ଦିନ ଲାଗି ରହିବାର ସମ୍ଭାବନ ରହିଛି । ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ । ଲଘୁଚାପ ପ୍ରଭାବରେ ହେଉଥିବା ଏହି ବର୍ଷା ଲାଗି ଲୋକମାନେ ପ୍ରସ୍ତୁତ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.