ସୁନ୍ଦରଗଡ଼ : ୧୬୨ ଟି ହଜିଲା କିମ୍ବା ଚୋରି ମୋବାଇଲ୍ ଫୋନ୍ ଫେରାଇଲା ପୋଲିସ୍। ଏସ ପି ଙ୍କ ଉପସ୍ଥିତିରେ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର।

0 60

୧୬୨ଟି ହଜିଥିବା ଓ ଚୋରି ମୋବାଇଲ୍ ଫେରାଇଲା ସୁନ୍ଦରଗଡ଼ ପୋଲିସ, ମାଲିକଙ୍କ ମୁହଁରେ ଫୁଟିଲା ହସ

ସୁନ୍ଦରଗଡ଼:୨୧/୭(ସତ୍ୟାନ୍ୟୁଜ) ଆପଣଙ୍କ ମୋବାଇଲ୍ ହଜିଯାଇଛି କିମ୍ବା ଚୋରି ହୋଇଛି କି? ଠିକ୍ ସମୟରେ ପୋଲିସକୁ ଜଣାଇଲେ ଆପଣଙ୍କ ମୋବାଇଲ୍ ମଧ୍ୟ ଫେରିପାରେ।
ସୁନ୍ଦରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ମୋବାଇଲ୍ ରିଟର୍ନ ମେଳାରେ ଖୋଜି ବାହାର କରାଯାଇଥିବା ୧୬୨ଟି ହଜିଥିବା ଓ ଚୋରି ମୋବାଇଲ୍ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି।
ସୁନ୍ଦରଗଡ଼ ଏସ୍‌ପି ଅମ୍ରିତ ପାଲ କୌରଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଉଦ୍ଧାର ହୋଇଥିବା ମୋବାଇଲ୍‌ଗୁଡ଼ିକୁ ଯାଞ୍ଚ ପରେ ଅସଲ ମାଲିକଙ୍କ ହାତରେ ହସ୍ତାନ୍ତର କରାଯାଇଥିଲା।
ଦୀର୍ଘଦିନ ପରେ ନିଜ ମୋବାଇଲ୍ ଫେରିପାଇ ଉପଭୋକ୍ତାମାନେ ଖୁସି ବ୍ୟକ୍ତ କରିବା ସହ ସୁନ୍ଦରଗଡ଼ ପୋଲିସର ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି।
ଏହି ଅବସରରେ ଏସ୍‌ପି ଅମ୍ରିତ ପାଲ କୌର ସାଧାରଣ ଲୋକଙ୍କୁ ପରାମର୍ଶ ଦେଇ କହିଛନ୍ତି, ମୋବାଇଲ୍ ହଜିଯିବା କିମ୍ବା ଚୋରି ହେଲେ ବିଳମ୍ବ ନକରି ସିମ୍ ବ୍ଲକ୍ କରିବା ସହ ନିକଟସ୍ଥ ଥାନା କିମ୍ବା ସାଇବର୍ ଥାନାରେ ଅଭିଯୋଗ କରନ୍ତୁ। ସମୟମତେ ଅଭିଯୋଗ କଲେ ମୋବାଇଲ୍ ଉଦ୍ଧାରର ସମ୍ଭାବନା ବହୁଗୁଣ ବଢ଼ିଥାଏ।
ଜନସାଧାରଣଙ୍କ ହଜିଥିବା ସାମଗ୍ରୀ ଫେରାଇ ସେମାନଙ୍କ ମୁହଁରେ ହସ ଫୁଟାଇବା ସହ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ ଓ ଆସ୍ଥାକୁ ଆହୁରି ସୁଦୃଢ଼ କରିଛି ସୁନ୍ଦରଗଡ଼ ପୋଲିସର ଏହି ଉଦ୍ୟମ।
ସତ୍ୟ ନ୍ୟୁଜ୍ ଆଲର୍ଟ।

Leave A Reply

Your email address will not be published.