ବଣାଇ : ଅପମିଶ୍ରିତ ନିମ୍ନମାନର ଡିଜେଲ୍ ଯୋଗୁଁ ୧୦୦ ରୁ ଉର୍ଦ୍ଧ୍ବ ଗାଡ଼ିର ଇଞ୍ଜିନ ଅଚଳ।। ୱାର୍କସପ୍ ରେ ଅଚଳ ଗାଡ଼ିର ଲମ୍ଭା ଲାଇନ୍।

0 41

ବଣାଇ:୨୨/୭(ସତ୍ୟାନ୍ୟୁଜ) ବଣାଇ ଅଞ୍ଚଳରେ ଅପମିଶ୍ରିତ ନିମ୍ନମାନର ଡିଜେଲ ବ୍ୟବହାର ଅଭିଯୋଗକୁ ନେଇ ବଡ଼ ଚିନ୍ତା ଦେଖା ଦେଇଛି। ପ୍ରାୟ ଶହେରୁ ଅଧିକ ଡିଜେଲ ଗାଡ଼ି ହଠାତ୍ ଅଚଳ ହୋଇପଡ଼ିଥିବାରୁ ବିଭିନ୍ନ ୱାର୍କସପ୍‌ରେ ଗାଡ଼ିର ଲମ୍ବା ଧାଡ଼ି ଲାଗିଛି।
ଗତ ୮ରୁ ୧୦ ଦିନ ଧରି ମରାମତି ଚାଲିଥିଲେ ମଧ୍ୟ ଗାଡ଼ିରେ କେଉଁ ତ୍ରୁଟି ହୋଇଛି କିମ୍ବା ପ୍ରକୃତ କାରଣ କ’ଣ, ତାହା ସ୍ପଷ୍ଟ ହୋଇନାହିଁ।
ଦୈନିକ ଆୟ ଉପରେ ନିର୍ଭରଶୀଳ ଗାଡ଼ି ମାଲିକମାନେ ଏବେ ଚରମ ସଙ୍କଟରେ। ଗାଡ଼ି କିସ୍ତି ପରିଶୋଧଠାରୁ ଆରମ୍ଭ କରି ପରିବାର ଚଳାଇବା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଛି। ଏକ ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପ ରୁ ଗାଡ଼ିରେ ଡିଜେଲ୍ ପକାଇବା ପରେ ଏପରି ଅସୁବିଧା ଦେଖା ଦେଇଛି। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡ଼ିତ ଗାଡ଼ି ମାଲିକ।

Leave A Reply

Your email address will not be published.