ଅସାମାଜିକ ଏବଂ ଅପରାଧିକ ଗତିବିଧି ରୋକିବାକୁ ରାଉରକେଲା ପୋଲିସ ର ଅଭିଯାନ ଆରମ୍ଭ।। ବିଭିନ୍ନ ସନ୍ଦେହାସ୍ପଦ ସ୍ଥାନରେ ଚଢ଼ାଉ ଜାରୀ ।

0 544

ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ତଥା ଅପରାଧିକ ଗତିବିଧି ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ପୋଲିସ ଅଣ୍ଟା ଭିଡିଛ । ଭୁବନେଶ୍ୱର ରେ କେ ବି ଏନ ଗ୍ୟାଙ୍ଗ , କଟକ ଏବଂ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଏହିପରି ଅସାମାଜିକ ଗ୍ୟାଙ୍ଗ ନିଜର ଭିଡିଓ ଭାଇରଲ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ରାଉରକେଲା ରେ ଯେପରି ସମାନ ପ୍ରକାର ଗ୍ୟାଙ୍ଗ ମୁଣ୍ଡ ନଟେକେ ସେଥିଲାଗି ପୋଲିସ କାର୍ଯ୍ୟାନୁଷ୍ଠାନ ଆଜିଠାରୁ ଆରମ୍ଭ କରିଛି

। ରାଉରକେଲା ପୋଲିସ ର ଦୁଇଟି ଟିମ ଛେଣ୍ଡ ଏବଂ ଉଦିତନଗର ଥାନା ଅଞ୍ଚଳ ର ବିଭିନ୍ନ ସନ୍ଦେହାସ୍ପଦ ସ୍ଥାନରେ ଆଜି ସନ୍ଧ୍ୟାରେ ଚଢ଼ାଉ କରିଛି । ଯେଉଁ ଉଦଭ୍ରାନ୍ତ ଯୁବକ ମାନେ ବିଭିନ୍ନ ସର୍ବସାଧାରଣ ସ୍ଥାନରେ , ମାର୍କେଟ କମ୍ପ୍ଲେକ୍ସ ରେ , ପାର୍କରେ ତଥା ଅନ୍ଧାରୁଆ ସ୍ଥାନରେ ଅଡ୍ଡା ଜମାଇ ମଦ୍ୟପାନ ଏବଂ ବିଭିନ୍ନ ନିଶାଦ୍ରବ୍ୟ ସେବନ କରୁଥିଲେ ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ପର୍ଯ୍ୟାୟ କ୍ରମେ ଏହି ଅଭିଯାନ ଜିଲ୍ଲାର ସମସ୍ତ ଥାନା କ୍ଷେତ୍ରରେ କରାଯିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟଯେ ଏବେ ରାଉରକେଲା ର ବିଭିନ୍ନ ସର୍ବସାଧାରଣ ସ୍ଥାନରେ , ମାର୍କେଟ କମ୍ପ୍ଲେକ୍ସ ର ଅନ୍ଧାରୁଆ ସ୍ଥାନରେ କେତେକ ଯୁବକ ଏବଂ କିଶୋର ମଦ ତଥା ଅନ୍ୟାନ୍ୟ ନିଶା ସେବନ କରି ଉତ୍ପାତ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ନିଶା ସେବନ ପରେ ଯୁବକ ମାନେ ବହୁ ଅସାମାଜିକ କାର୍ଯ୍ୟକଳାପ ସହ ଅପରାଧ ମଧ୍ୟ କରୁଥିଲେ । ଆଜିଠାରୁ ରାଉରକେଲା ପୋଲିସ ପକ୍ଷରୁ ଅପରାଧିକ ଗତିବିଧି ରୋକିବାକୁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.