ଏକ୍ସପ୍ରେସ ଏବଂ ମେଲ ଟ୍ରେନ ରେ ସ୍ପେଶାଲ ଟ୍ୟାଗ ଲଗାଇ ଚାଲୁଥିବା ଟ୍ରେନ ଗୁଡିକରୁ ଏହି ଟ୍ୟାଗ ହଟାଇ ନେବାକୁ ରେଳବାଇ ବୋର୍ଡ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି କୁ ତୁରନ୍ତ ଲାଗୁ କରିବାକୁ ନିର୍ଦେଶ ଦିଆଯାଇଛି ।
ଫଳରେ ରେଳଯାତ୍ରୀ ମାନେ ମହାମାରୀ ସମୟରେ ବଢିଥିବା ଭଡ଼ାରୁ ମୁକ୍ତି ପାଇବେ । ସୂଚନାଯୋଗ୍ୟ ଯେ କରୋନା ମହାମାରୀ ସମୟରେ ସ୍ଵତନ୍ତ୍ର ନାମରେ ଟ୍ରେନ ଚଳାଚଳ କରାଇ ଯାତ୍ରୀମାନଙ୍କ ଠାରୁ ଭାରତୀୟ ରେଳବାଇ ଟିକେଟ ରେ ଅଧିକ ଭଡା ନେଉଥିଲା । ଏହି ଭଡା ବୃଦ୍ଧି କୁ ଯାତ୍ରୀ ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ବିରୋଧ କରାଯାଇଥିଲା । ବିରୋଧ ପରେ ରେଳବାଇ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଟ୍ୟାଗ ହଟାଇବା ନିର୍ଦେଶ ଦେଇଥିବାରୁ ବର୍ଦ୍ଧିତ ଭଡା କମିବ। ବର୍ଦ୍ଧିତ ଟିକେଟ ମୂଲ୍ୟକୁ ମହାମାରୀ ପୂର୍ବସ୍ତରକୁ ତୁରନ୍ତ କମାଇବା ଲାଗି ନିର୍ଦେଶ ଦିଆଯାଇଛି । ପ୍ରଥମେ ଦୂରଗାମୀ ଟ୍ରେନରୁ ଏହି ସେବା ଆରମ୍ଭ କରାଯାଇଥିଲା। ପରେ ଏହାକୁ ଅଳ୍ପ ଦୂରତା ମଧ୍ୟରେ ଚାଲୁଥିବା ଟ୍ରେନରେ ମଧ୍ୟ ଲାଗୁ କରାଯାଇଥିଲା । ତେବେ ଦିଆଯାଇଥିବା ଏହି ନିର୍ଦେଶ କେବେଠାରୁ ଲାଗୁ ହେବ ତାହା ଜଣାପଡିନାହିଁ । ଦିନେ ଦୁଇଦିନ ମଧ୍ୟରେ ସ୍ୱତନ୍ତ୍ର ଟ୍ୟାଗ ହଟି ରେଳ ଭଡା ମହାମାରୀର ପୂର୍ବାବସ୍ଥା ଫେରିଯିବାର ସମ୍ଭାବନା ରହିଛି । ଏହା ହେବା ଦ୍ୱାରା କିଛିଦିନ ମଧ୍ୟରେ ୧୭୦୦ ରୁ ଉର୍ଦ୍ଧ୍ବ ଟ୍ରେନ ଚଳାଚଳ ରେ ସ୍ୱାଭାବିକ ଅବସ୍ଥା ଫେରିଆସିବ।

