ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ବର୍ଷା ।। ବର୍ଷା ଲାଗି ପ୍ରସ୍ତୁତ ନଥିବା ଲୋକମାନେ ଅସୁବିଧା ର ସମ୍ମୁଖୀନ ।
ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସକାଳୁ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେଉଛି। ଭୁବନେଶ୍ୱର ପାଣି ପାଗ ବିଭାଗ ଜାରୀ କରିଥିବା ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୦ ଟି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ ।
କଟକ , ଖୋର୍ଦ୍ଧା , କେନ୍ଦୁଝର , ପୁରୀ , ଗଞ୍ଜାମ , କଳାହାଣ୍ଡି , କନ୍ଧମାଳ , ନୟାଗଡ , ବୌଦ୍ଧ , ଗଜପତି ଜିଲ୍ଲା ଆଦି ସୂଚୀ ରେ ସାମିଲ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ନଥିଲା । ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାର କେତେକ ସ୍ଥାନର ଲୋକମାନେ ବର୍ଷା ପ୍ରତି ପ୍ରସ୍ତୁତ ନଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପରି କାଉଁଳିଆ ପାଗ ଏବଂ ବର୍ଷା ଆଉ ଦୁଇ ତିନି ଦିନ ଲାଗି ରହିବାର ସମ୍ଭାବନ ରହିଛି ।

