ଦିଲ୍ଲୀ ପ୍ରଦୂଷଣ ସ୍ଥତି ଅତି ଚିନ୍ତାଜନକ ।। ଆବଶ୍ୟକ ହେଲେ ଦୁଇଦିନ ଲକଡାଉନ ପରାମର୍ଶ ଦେଲେ ସୁପ୍ରିମକୋର୍ଟ ।। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀକାଳୀନ ବୈଠକ ।
ଦିଲ୍ଲୀ ଏବଂ ଏନ ସି ଆର ର ପ୍ରଦୂଷଣ ସ୍ଥିତି ଅତି ଚିନ୍ତାଜନକ ହୋଇପଡିଛି । ଦୀପାବଳୀ ପରଠାରୁ ପ୍ରଦୂଷଣ ସ୍ଥତି ବିଗିଡିବାରେ ଲାଗିଛି । ପ୍ରଦୂଷଣ ର ଗମ୍ଭୀର ସ୍ଥିତି କୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ହେଲେ ଦୁଇଦିନ ଲାଗି ଲକଡାଉନ କରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରଦୂଷଣ ସ୍ଥିତି କୁ ଗମ୍ଭୀରତା ସହ ନେଇ ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଜରୁରୀ କାଳୀନ ମିଟିଂ ଡାକିଛନ୍ତି । ଏହି ମିଟିଂ ରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ , ସ୍ୱାସ୍ଥ୍ୟମନ୍ତ୍ରୀ , ପରିବେଶ ମନ୍ତ୍ରୀ , ମୁଖ୍ୟ ଶାସନ ସଚିବ ପ୍ରମୁଖ ରହିବେ ।
କେବଳ ଚାଷୀ ବିଲରେ କୁଟା ଜଳାଇବାରୁ ପ୍ରଦୂଷଣ ରେ ବୃଦ୍ଧି ଘଟୁନାହିଁ , ଏହାର ଅନ୍ୟାନ୍ୟ କାରଣ ମଧ୍ୟ ରହିଛି । କ୍ଷେତରେ କୁଟା ଜଳାଇବା ଦ୍ୱାରା ୨୫ ପ୍ରତିଶତ ପ୍ରଦୂଷଣ ହେଉଥିବା ବେଳେ ଅନ୍ୟ ୭୫ ପ୍ରତିଶତ ପ୍ରଦୂଷଣ ଦୀପାବଳୀ ରେ ବାଣ ଫୁଟାଇବା , ଯାନବାହାନ ଚଳାଚଳ , ନିର୍ମାଣାଧିନ କାର୍ଯ୍ୟକଳାପ ଯୋଗୁଁ ହେଉଛି।
ପ୍ରଦୂଷଣ ସମ୍ବନ୍ଧିତ ମାମଲାର ଶୁଣାଣି ବେଳେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ଦିଲ୍ଲୀ ଜନସଧାରଣଙ୍କ ଜୀବନ ସୁନିଶ୍ଚିତ କରିବା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

