ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ପ୍ରତିବାଦ।। ରାଉରକେଲା ରେ କଂଗ୍ରେସ ର ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ ।।

0 305

ମହିଳା ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାର ପ୍ରତିବାଦରେ ତଥା ମମିତାଙ୍କୁ ନ୍ୟାୟ ଦେବା ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଡାକରା ଦେଇଥିବା ହରତାଳ ର ପ୍ରଭାବ ରାଉରକେଲା ରେ ସାମାନ୍ୟ ପରିଲକ୍ଷିତ ହୋଇଛି । ମାନ୍ୟବର ହାଇକୋର୍ଟ କଂଗ୍ରେସ ଡାକରା ଦେଇଥିବା ଛଅ ଘଣ୍ଟିଆ ବନ୍ଦ କୁ ବେଆଇନ ଦର୍ଶାଇ ଶାନ୍ତିପୂର୍ଣ୍ଣ
ହରତାଳ କରାଯାଇପାରିବ ବୋଲି ଦର୍ଶାଇ ଥିଲେ । ସେହି ଅନୁସାରେ କଂଗ୍ରେସ ଦଳ ପକ୍ଷରୁ ଆଜି ରାଉରକେଲାର ବିଶ୍ରା ଛକରେ ଶାନ୍ତିପୂର୍ଣ୍ଣ ଭାବେ ମମିତାଙ୍କ ହତ୍ୟାର ପ୍ରତିବାଦ କରାଯାଇଥିଲା।

ରାଉରକେଲା ରେ ହରତାଳ ପ୍ରଭାବରେ କେତେକ ସ୍ଥାନରେ ଦୋକାନ ବଜ଼ାର ବନ୍ଦ ଥିବା ବେଳେ କମ ଗାଡି ମଟର ଚଳାଚଳ କରୁଥିଲା । ତେବେ ସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ଥିଲା । ସେହିପରି ଜିଲ୍ଲାର ବିରମିତ୍ରପୁର , ରାଜଗାଙ୍ଗପୁର ଏବଂ ସୁନ୍ଦରଗଡରେ ମଧ୍ୟ କଂଗ୍ରେସ ପକ୍ଷରୁ ହରତାଳ କରାଯାଇଥିଲା ।

Leave A Reply

Your email address will not be published.