ରୋଗୀଙ୍କ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଉତ୍ତେଜନ।। ଚିକିତ୍ସା ରେ ଅବହେଳା ଅଭିଯୋଗ ।

0 437

ଚିକିତ୍ସା ରେ ଅବହେଳା ଏବଂ ଭୁଲ ଚିକିତ୍ସା ଯୋଗୁଁ ରାଉରକେଲା ସରକାରୀ ହସ୍ପିଟାଲ ରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳର ଜଣେ ଯୁବତୀ ସରୋଜିନୀ କାକ୍ ରଜତ ରକ୍ତହୀନତା ରୋଗରେ ପୀଡିତ ହୋଇ କୁତ୍ରା ଡାକ୍ତରଖାନାରେ ଚିକିତ୍ସିତ ଥିଲେ । ସେଠାରେ ରକ୍ତ ଦେବାର ସୁବିଧା ନଥିବାରୁ ସରୋଜିନୀ ଙ୍କୁ ତାଙ୍କ ପରିବାର ବର୍ଗ ରାଉରକେଲା ସରକାରୀ ହସ୍ପିଟାଲ ରେ ୧୧ ନଭେମ୍ବର ରାତିରେ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଉନ୍ନତି ନ ଘଟିବାରୁ ତାଙ୍କୁ ରକ୍ତ ଦିଆଯାଇଥିଲା । ରକ୍ତ ନେବା ପରେ ସେ ଆହୁରି ଅସୁସ୍ଥ ପଡ଼ିଥିଲେ ।

ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସରୋଜିନୀ ଙ୍କ ଭଉଣୀ ନର୍ସଙ୍କୁ ଡାକିଥିଲେ । ମାତ୍ର ନର୍ସ ବହୁ ବିଳମ୍ବରେ ଆସିବା ଅଭିଯୋଗ ହୋଇଛି । ଚିକିତ୍ସିତ ଅବସ୍ଥାରେ ଗୁରୁବାର ସନ୍ଧ୍ୟାରେ ସରୋଜିନୀ ଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଭଉଣୀଙ୍କୁ ଯେଉଁ ଗ୍ରୁପ ର ରକ୍ତ ଦେବା କଥା ତାହା ନଦେଇ ଭିନ୍ନ ଗ୍ରୁପର ରକ୍ତ ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୃତକ ସରୋଜିନୀ ର ପରିବାର ବର୍ଗ ।
ଚିକିତ୍ସା ରେ ଅବହେଳା ତଥା ଦାୟିତ୍ବହୀନତା ବାବଦରେ ରାଉରକେଲା ସରକାରୀ ଡାକ୍ତରଖାନା ର ସୁପରିଟେଡେଣ୍ଟ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ ଏହି ଘଟଣାର ତଦନ୍ତ କରି ରପୋର୍ଟ ଦେବାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

ତେବେ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା ରେ ଅବହେଳା ଯୋଗୁଁ ମୃତ୍ୟୁ ବାବଦରେ ସରୋଜିନୀ ଙ୍କ ପରିବାର ପକ୍ଷରୁ ରଘୁନାଥପାଲି ଥାନାରେ ଏତେଲା ଦିଆଯାଇଛି ।

Leave A Reply

Your email address will not be published.