ସୁନ୍ଦରଗଡ଼ ଜିଲ୍ଲାର ୬୭ ଟି ହାଇସ୍କୁଲ ର ରୂପାନ୍ତରଣ ।। ରାଜ୍ୟରେ ୧୪୨ ଟି ହାଇସ୍କୁଲ ରୂପାନ୍ତରଣ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ଜିଲ୍ଲା ର ୧୪୨ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ୬୭ ଟି ହାଇସ୍କୁଲ ର ରୂପାନ୍ତରଣ ହୋଇଥିବାବେଳେ କଟକ ରେ ୩୦ , ବାଲେଶ୍ବର ରେ ୨୩, କନ୍ଧମାଳ ରେ ୧୦ ଏବଂ ନବରଙ୍ଗପୁର ରେ ୧୨ ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି
। ଭିଡିଓ କନଫରେନ୍ସିଂଗ ମାଧ୍ୟମରେ ଏହି ହାଇସ୍କୁଲ ଗୁଡିକର ଅନଲାଇନ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ କରିଥିଲେ । ସରକାରୀ ହାଇସ୍କୁଲ କୁ ଛାତ୍ରଛାତ୍ରୀ ମାନଙ୍କୁ ଆକର୍ଷିତ କରିବାଲାଗି ସ୍କୁଲ ଗୃହ ଏବଂ ପରିସରର ସମ୍ପୂର୍ଣ୍ଣ କାୟକଳ୍ପ ର ରୂପନ୍ତରଣ କରାଯାଇଛି । ଆକର୍ଷଣୀୟ କ୍ଲାସ ରୁମ , ଆଧୁନିକ ବିଜ୍ଞାନଗାର , ପରିଷ୍କାର ଶୌଚାଳୟ , ଇ ଲାଇବ୍ରେରୀ ଆଦି ଏହି ରୂପନ୍ତରଣ ର ଅଂଶବିଶେଷ । ସୁନ୍ଦରଗଡ଼ ର ଭବାନୀ ଶଙ୍କର ହାଇସ୍କୁଲ ରେ ଜିଲ୍ଲାର ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ହାଇସ୍କୁଲ ଗୁଡିକର ନବକଳେବର କରିବାର ମୁଖ୍ୟ ଲକ୍ଷ ହେଉଛି ଏକ ଭଲ ପରିବେଶରେ ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସରକାରୀ ସ୍କୁଲ ପ୍ରତି ଆକର୍ଷିତ କରିବା।

