ରାଉରକେଲା ର କନିଷ୍କ ଜୁଏଲେରୀ ରୁ ଦିନ ଦିପ୍ରହରେ 6 ଲକ୍ଷ ଟଙ୍କାର ନେକଲେସ ଚୋରି ।। ସସି ଟିଭି ଯାଞ୍ଚ କରି ପୋଲିସ ତଦନ୍ତ ଜାରି ।
ରାଉରକେଲା ସହରର ମୁଖ୍ୟ ମାର୍ଗରେ ଥିବା କନିଷ୍କ ଜୁଏଲେରୀ ରୁ ଗୁରୁବାର ଅପରାହ୍ନ ରେ 6 ଲକ୍ଷ ଟଙ୍କାର ସୁନା ହାର ଚୋରି ହୋଇଯାଇଛି ।
ଜୁଏଲେରୀ ରେ ଅପରାହ୍ନ ରେ ଜଣେ କର୍ମଚାରୀ ଥିବା ବେଳେ ଗ୍ରାହକ ଭାବେ ଏକ ଚୋର ପ୍ରବେଶ କରିଥିଲା । ଉକ୍ତ ଗ୍ରାହକବେଶି ଚୋର ବିଭିନ୍ନ ପ୍ରକାର ଗହଣା , ହାର ଆଦି ଦେଖାଇବାକୁ କର୍ମଚାରୀଙ୍କୁ କହିଥିଲେ । କର୍ମଚାରୀ ଗହଣା ଏବଂ ହାର ଦେଖାଉଥିବା ବେଳେ ଉକ୍ତ ଚୋର କୌଶଳ କ୍ରମେ ୧୧୮ ଗ୍ରାମ ର ଏକ ହାର ନେଇ ପକେଟ ରେ ପୁରାଇ ଦେଇଥିଲେ । ଚୋରି ର ସମସ୍ତ ଘଟଣା ସିସିଟିଭି ରେ ରେକର୍ଡ଼ିଂ ହୋଇଛି । ଜୁଏଲେରୀ ର ମାଲିକ ସନାତନ ମଣ୍ଡଳ ଙ୍କ ଏତେଲା ପରେ ପ୍ଲାଣ୍ଟସାଇଟ ପୋଲିସ ଉକ୍ତ ଅଳଙ୍କାର ଦୋକାନର ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛନ୍ତି ।

