ରାଉରକେଲା ରୁ ଏକ ଘରୋଇ ବସ ରେ ବିହାର ଚାଲାଣ ହେଉଥିବା ବେଳେ ୮୯ କେଜି ଗଞ୍ଜେଇ ବିରମିତ୍ରପୁର ପୋଲିସ ଜବତ କରିଛି । ଜବତ ଗଞ୍ଜେଇ ର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କୋର୍ଟ ଚାଲାଣ କରିଛି । ବିହାର ଅଞ୍ଚଳ ର ଏହି ଯୁବକ ମାନେ ନିୟମିତ ଭାବେ ଗଞ୍ଜେଇ କାରବାର କରୁଥିବା ପୋଲିସ ତଦନ୍ତରୁ ଜାଣି ପାରିଛି । କିଛିଦିନ ହେଲା ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଗଞ୍ଜେଇ ଚାଲାଣ ମାମଲା ବୃଦ୍ଧି ପାଇଥିବାରୁ ଉଭୟ ଜିଲ୍ଲା ପୋଲିସ ଏହା ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି । ବସ ରେ ଚୋରା ଗଞ୍ଜେଇ ଯାଉଥିବା ସୂଚନା ପାଇବା ପରେ ବିରମିତ୍ରପୁର ପୋଲିସ 143 ନମ୍ବର ଜାତୀୟ ରାଜପଥରେ ବସ ଅଟକାଇ ଗଞ୍ଜେଇ ଜବତ କରିଥିଲେ ।

