ମୋଟର ଚାଳକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବି।। ରାଜ୍ୟ ମୋଟର ଚାଳକ ସଂଘର ସପ୍ତମ ଅଧିବେଶନ ରାଉରକେଲା ରେ ହେବ।

0 339

ଓଡିଶା ରାଜ୍ୟ ମୋଟର ଚାଳକ ସଂଘର ରାଜ୍ୟ ସ୍ତରୀୟ ଦୁଇ ଦିନିଆ ଅଧିବେଶନ ଆସନ୍ତା ନଭେମ୍ବର ୧୩ ଏବଂ ୧୪ ତାରିଖରେ ରାଉରକେଲା ରେ ଅନୁଷ୍ଠିତ ହେବ । ରାଉରକେଲା ଅମର ଭବନରେ ରାଜ୍ୟ ମୋଟର ଚାଳକ ସଙ୍ଘ ର ଏହି ସପ୍ତମ ଅଧିବେଶନ ରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ପ୍ରସ୍ତାବ ରହିଛି ।

ମୁଖ୍ୟତଃ ଗାଡି ଚାଳକ ମାନଙ୍କ ସାମାଜିକ ସୁରକ୍ଷା ଲାଗି ଏକ କଲ୍ୟାଣ ଯୋଜନା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯିବ । ଏହା ସହ ଏକ ମୋଟର ଚାଳକ କଲ୍ୟାଣ ପାଣ୍ଠି ମଧ୍ୟ ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯିବ । ଗାଡି ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବାକୁ ଦାବି କରାଯିବ । ରାଉରକେଲା ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୋଟର ଚାଳକ ସଂଘର ସାଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.