ବ୍ରତାଧାରୀ ମାନେ ସୂର୍ଯ୍ୟଦେଵ ଙ୍କୁ ଦୂତୀୟ ଅର୍ଘ୍ୟ ଅର୍ପଣ କଲେ।। ରାଉରକେଲା ରେ ଚାରିଦିନ ଧରି ଚାଲିଥିବା ଛଟ ପର୍ଵ ସମାପନ।।

0 358

ଉଦୀୟମାନ ସୂର୍ଯ୍ୟଙ୍କୁ ଦୂତୀୟ ଅର୍ଘ୍ୟ ଅର୍ପଣ କରିବା ସହ ଚାରିଦିନ ଧରି ଚାଲିଥିବା ଆସ୍ଥା ଏବଂ ବିଶ୍ୱାସ ର ମହାପର୍ବ ଛଟ ପୂଜାର ସମାପନ ହୋଇଛି । ରାଉରକେଲା ର ବ୍ରାହ୍ମଣୀ , ଶଙ୍ଖ , କୋଏଲ ନଦୀ କୂଳ ସମେତ ବିଭିନ୍ନ ଜଳାଶୟ ନିକଟରେ ବ୍ରତାଧାରୀ ମନେ ସୂର୍ଯ୍ୟଦେଵ ଙ୍କୁ ଅର୍ଘ୍ୟ ଦେବା ସହ ଛଠି ମା ଙ୍କର ପୂଜା କରିଛନ୍ତି । ବାଲୁଘଟ , ରୂପଟୋଲା , ଝିରିପାଣି , ୧୬ ନମ୍ବର ସେକ୍ଟର ଆଦି ନଦୀ ଘାଟରେ ଛଟ ପର୍ଵ ପାଳନ କରାଯାଇଥିବା ବେଳେ ଗୋପବନ୍ଧୁ ପାଲି , ବନ୍ଧମୁଣ୍ଡା , ନେପାଳି ବସ୍ତି ଆଦି ସ୍ଥାନରେ ଥିବା ପୋଖରୀ ରେ ଗୁରୁବାର ସକାଳୁ ବ୍ରତାଧାରୀ ମାନେ ସୂର୍ଯ୍ୟଦେବ ଙ୍କୁ ଅର୍ଘ୍ୟ ଦେଇ ୪ ଦିନ ଧରି ଚାଲିଥିବା ପୂଜାର ସମାପନ କରିଥିଲେ

। ବିହାର , ଝାରଖଣ୍ଡ , ଆଦି ପ୍ରଦେଶ ର ହଜାର ହଜାର
ବ୍ରତାଧାରୀ ଆଜି ଭୋରୁ ନଦୀକୂଳରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ସହ ନିଜ ପରିବାରର ସୁଖ ଶାନ୍ତି କାମନା କରିଥିଲେ । କେତେକ ସ୍ଥାନରେ କରୋନା ରୁ ମୁକ୍ତି ପାଇଁ ମଧ୍ୟ ସୂର୍ଯ୍ୟଦେବ ଙ୍କୁ ଆରାଧନା କରାଯାଇଥିଲା । ମୋଟ ଉପରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହ ଚାରିଦିନ ଧରି ପାଳନ କରାଯାଉଥିବା ଛଟପର୍ବ ର ସମାପନ ହୋଇଛି ।8

Leave A Reply

Your email address will not be published.