କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଝାରସୁଗୁଡା ରେ ସାକ୍ଷାତ କଲେ ଉତ୍ତର ଓଡିଶା ରେଳ ସମିତି ଏବଂ ବିଜେପି ପ୍ରତିନିଧି ମଣ୍ଡଳ ।

0 383

ତାଳଚେର ବିମଲାଗଡ ରେଳପଥ ପ୍ରକଳ୍ପ ଶିଘ୍ର ସମାପ୍ତ କରିବା , ରାଉରକେଲା ରେ ଏକ ସ୍ୱତନ୍ତ୍ର ରେଳ ଡିଭିଜନ ପ୍ରତିଷ୍ଠା , ରାଜ୍ୟରାଣୀ ଏକ୍ସପ୍ରେସକୁ ତିନିଦିନ ପରିବର୍ତ୍ତେ ସାତଦିନ ଚଳାଇବା , ଇଣ୍ଟରସିଟି ଏକ୍ସପ୍ରେସକୁ ଅଧିକ ବଗି ସହ କଟକ ଦେଇ ଚଳାଇବା ଆଦି ଦାବି ନେଇ ଉତ୍ତର ଓଡିଶା ରେଳ ସମିତି ରାଉରକେଲା ଶାଖା ପକ୍ଷରୁ ଝାରସୁଗୁଡା ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାକ୍ଷାତ କରି ଆଲୋଚନା କରାଯାଇଥିଲା

। ଉତ୍ତର ଓଡିଶା ରେଳ ସମିତି ରାଉରକେଲା ଶାଖା ର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ମହାନ୍ତି , ରେଳ ଡିଭିଜନ ଆକ୍ସନ କମିଟି ଆବାହକ ସୁମନ କୁମାର ଦତ୍ତ , କୁଞ୍ଜ ବିହାରୀ ରାଉତ , ରାଜେନ୍ଦ୍ର କୁଜର ପ୍ରମୁଖ ରେଳମନ୍ତ୍ରୀଙ୍କ ସହ ଏହି ଦାବି ସମ୍ପର୍କରେ ଆଲୋଚନା କରିଥିଲେ ।
ଅନ୍ୟ ପକ୍ଷରେ ରାଉରକେଲା ବିଜେପି ର ଏକ ପ୍ରତିନିଧି ଦଳ ବରିଷ୍ଠ ବିଜେପି ନେତା ନିହାର ରାୟ ଏବଂ ଜଗବନ୍ଧୁ ବେହେରାଙ୍କ ନେତୃତ୍ୱରେ କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଝାରସୁଗୁଡ଼ା ରେ ସାକ୍ଷାତ କରି ରାଉରକେଲା କୁ ଏକ ସ୍ୱତନ୍ତ୍ର ରେଳ ଡିଭିଜନ ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଏହା ସହ ବିଜେପି ପକ୍ଷରୁ ତାଳଚେର- ବିମଳାଗଡ଼ ରେଳପଥ କାମ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.