ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବନାହିଁ। ମହାମାରୀ କରୋନା ସଂକ୍ରମଣ ରୋକିବାକୁ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ।ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ସୂଚନା ଦେଇଛନ୍ତି।
କରୋନା କଟକଣା ଲାଗି ଗତବର୍ଷ ମଧ୍ୟ କଟକ ବାଲିଯାତ୍ରା ବନ୍ଦ ରହିଥିଲା। ମହାମାରୀ କରୋନାର ପ୍ରଥମ ଲହର ରେ ଅଧିକ କ୍ଷତି ହୋଇନଥିବା ବେଳେ ଦ୍ୱିତୀୟ ଲହରରେ ବହୁ ଲୋକଙ୍କ ଜୀବନହାନି ଘଟିଛି। ଏବେବି ବହୁ ଲୋକ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତୃତୀୟ ଲହରକୁ ନେଇ ବିଶେଷଜ୍ଞ ସତର୍କବାଣୀ ଶୁଣାଇଛନ୍ତି। ଏବେଠାରୁ ସତର୍କ ନହେଲେ କରୋନା ସଂକ୍ରମଣ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ଏପରି ସ୍ଥିତିରେ କଟକର ଐତିହାସିକ ବାଲି ଯାତ୍ରା ନକରିବା ଲାଗି କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। କୋଭିଡ କଟକଣା ମଧ୍ୟରେ ବାଲିଯାତ୍ରା ହେବା ଅସମ୍ଭବ ଥିବାରୁ ଏହାକୁ ବନ୍ଦ କରାଯାଇଛି ।
