ପୋଲିସ ଅଧିକାରୀଙ୍କ ପୁଅ ବାହାରିଲା ବ୍ୟାଙ୍କ ଲୁଟେରା ।। ଫିଲ୍ମ ଷ୍ଟାଇଲ ରେ ଲୁଟ ର ଚିତ୍ର ଭାଇରାଲ।

0 505

ସୁନ୍ଦରଗଡ଼ ଆକ୍ସିସ ବ୍ୟାଙ୍କ ରେ ଗତକାଲି ହୋଇଥିବା ୧୫ ଲକ୍ଷ ଟଙ୍କା ଡକାୟତି ମାମଲା ର ବହୁ ତଥ୍ୟ ଏବେ ସାମ୍ନାକୁ ଆସିଛି । ଅବଶ୍ୟ ପୋଲିସ ସହ ଗୁଳି ବିନିମୟ ପରେ ଲୁଟେରା ପୋଲିସ ଗୁଳିରେ ଆହତ ହୋଇ ଗିରଫ ହୋଇଛି ଏବଂ ସମସ୍ତ ଟଙ୍କା ଜବତ ହୋଇଛି । କିନ୍ତୁ ଯେଉଁ ପ୍ରକାର ଫିଲ୍ମ ଷ୍ଟାଇଲ ରେ ଏହି ଡକାୟତି ଘଟଣାକ୍ରମ ଚାଲିଥିଲା ତାହା ସ୍ଥାନୀୟ ଲୋକଙ୍କୁ ଚକିତ କରିଦେଇଛି । ବନ୍ଧୁକ ମୁନରେ ଲୁଟ କରିଥିବା ଲୁଟେରା ସୁନ୍ଦରଗଡ ର ଜଣେ ପୋଲିସ ଅଧିକାରୀଙ୍କ ପୁଅ ଏବଂ ବାପାଙ୍କ ସର୍ଭିସ ରିଭଲଭର ଦେଖାଇ ଏହି ଲୁଟ କରିଥିଲା । ମଙ୍ଗଳବାର ଦିନ ପ୍ରଥମେ ୨ ଟା ୧୫ ମିନିଟ ସମୟରେ ପିସ୍ତଲ ଧରି ବ୍ୟାଙ୍କ ରେ ପଶିଥିଲା ଲୁଟେରା ଜୟଦେବ ନାୟକ । ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଇ ଟଙ୍କା ଲୁଟ କରିବା ପରେ ବ୍ୟାଙ୍କ ମ୍ୟାନେଜର ଙ୍କୁ ମୁଣ୍ଡ ଜାମିନ ରଖି ବାହାରକୁ ଆସିଥିଲା । ବାହାରକୁ ଆସିବା ପରେ ନିଜ ବାଇକ ଛାଡି ସ୍କୁଟି ରେ ଯାଉଥିବା ଜଣେ ଯୁବକଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ତାଙ୍କ ଗାଡ଼ିରେ ବସି ପଳାଇଥିଲା। ସତ୍ୟା ନିଉଜ ଟିମ ହାତରେ ଲାଗିଛି ଲୁଟ ସମୟର ଭିଡିଓ । ଆସନ୍ତୁ ଦେଖିବା କିପରି ଫିଲ୍ମ ଷ୍ଟାଇଲ ରେ ଥିଲା ଲୁଟ ଘଟଣା କ୍ରମ ।

ଖବର ପାଇ ପୋଲିସ ପିଛା କରିବାରୁ ଜୟଦେବ ଶଙ୍କରା ନିକଟରେ ସ୍କୁଟି ଚାଳକଙ୍କୁ ଛାଡି ଏକ ବିଲ୍ଡିଂଗ ଉପରେ ଚଢ଼ି ଯାଇଥିଲା । ପୋଲିସ ପହଞ୍ଚିବାରୁ ଜୟଦେବ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପରେ ପୋଲିସ୍ ର ପାଲଟା ଗୁଳି ରେ ଜୟଦେବ ଆହତ ହୋଇଥିଲା । ପୋଲିସ ଲୁଟ ହୋଇଥିବା ୧୫ ଲକ୍ଷ ଟଙ୍କା ସହ ପିସ୍ତଲ ଜବତ କରିଥିଲେ । ପୋଲିସ ପୁଅଙ୍କ ଏପରି କାରନାମା ସୁନ୍ଦରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.