ସୁନ୍ଦରଗଡ଼ ଆକ୍ସସିସ ବ୍ୟାଙ୍କ ରୁ ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟ ।। ପୋଲିସ ସହ ଗୁଳି ବିନିମୟରେ ଲୁଟେରା ଆହତ।। ୧୫ ଲକ୍ଷ ଟଙ୍କା ଏବଂ ପିସ୍ତଲ ଜବତ ।

0 926

ସୁନ୍ଦରଗଡ଼ ପୋଲିସ ର ସମୟୋଚିତ ପଦକ୍ଷେପ ଯୋଗୁ ମାତ୍ର ଅଳ୍ପ ସମୟ ମଧ୍ୟରେ ବ୍ୟାଙ୍କ ରୁ ଲୁଟ ହୋଇଥିବା ୧୫ ଲକ୍ଷ ଟଙ୍କା ଜବତ ହେବା ସହ ବ୍ୟାଙ୍କ ଲୁଟେରା ପୋଲିସ ଗୁଳିରେ ଆହତ ହୋଇଛି । ଲୁଟେରା ନିକଟରୁ ଲୁଟ ହୋଇଥିବା ୧୫ ଲକ୍ଷ ଟଙ୍କା ଏବଂ ଗୋଟିଏ ପିସ୍ତଲ ଜବତ ହୋଇଛି । ମଙ୍ଗଳବାର ଦିନ
ଦ୍ଵିପ୍ରହରେ ଟାଉନ ଥାନା ହସ୍ପିଟାଲ ରୋଡ଼ ସ୍ଥିତ ଏକ୍ସିସ ବ୍ୟାଙ୍କରେ ଜଣେ ଯୁବକ ବନ୍ଧୁକ ମୁନ ରେ ପାଖାପାଖି ୧୫ ଲକ୍ଷ ଟଙ୍କା ଲୁଟି ପଳାଉଥିଲେ । ଲୁଟ କରିବା ପରେ ସିନେମା ଷ୍ଟାଇଲରେ ଅନ୍ୟ ଜଣେ ବାଇକ ଚାଳକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ବାଇକ ରେ ପଳାଉ ଥିବା ବେଳେ ପୋଲିସ ଖବର ପାଇ ଚେଜ କରିଥିଲେ

। ଶଂକରା ନିକଟରେ ପୋଲିସ ସହ ବ୍ୟାଙ୍କ ଲୁଟେରା ର ଗୁଳି ବିନିମୟ ହୋଇଥିଲା। ପ୍ରଥମେ ଲୁଟେରା ପୋଲିସ ଉପରକୁ ଗୁଳି ଚଳାଇଥିଲା । ପରେ ପୋଲିସର ପାଲଟା ଗୁଳିରେ ଲୁଟେରା ଆହତ ହୋଇଥିଲା। ଆହତ ଲୁଟେରାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶଂକରା ଠାରେ ଗୁଳି ବିନିମୟ ବେଳେ ଲୁଟେରା ୨ ରାଉଣ୍ଡ ଗୁଳି ଫାୟାର କରିଥିବା ବେଳେ ପୋଲିସ ପକ୍ଷରୁ ୪ ରାଉଣ୍ଡ ଗୁଳି ଫାୟାର କରିଥିବା ଜଣାପଡ଼ିଛି । ଲୁଟେରା ର ନା ଜୟଦେବ ନାଏକ ବୋଲି ଜଣାପଡିଛି । ତା ଠାରୁ ବନ୍ଧୁକ ଏବଂ ଲୁଟ ଟଙ୍କା ଜବତ କରିଛି ପୋଲିସ । ଗିରଫ ଲୁଟେରା ଜଣେ ପୋଲିସ କର୍ମଚାରୀଙ୍କ ପୁଅ ଏବଂ ସେ ତାଙ୍କ ବାପାଙ୍କ ପିସ୍ତଲ ଆଣି ଏହି ଅପରାଧ କରିଥିବା ଜଣା ପଡ଼ିଛି । ତେବେ ଏ ବାବଦରେ ତଦନ୍ତ ଚାଲିଛି ଏବଂ ଖୁବଶୀଘ୍ର ସବୁ ଜଣାପଡିଯିବ ବୋଲି ସୁନ୍ଦରଗଡ଼ ଏସପି ସାଗରିକା ନାଥ କହିଛନ୍ତି ।

Leave A Reply

Your email address will not be published.