ଭୁବନେଶ୍ୱର : ଅବକାରୀ ଜଏଣ୍ଟ କମିଶନରଙ୍କ ଘର , ଅଫିସ୍ ରେ ଭିଜିଲାନ୍ସ ଚଢ଼ାଉ।। ୩୦ ଟି ପ୍ଲଟ , ୨କୋଟି ଟଙ୍କା ଜମା , ଘର ଠାବ।

0 409

ଭୁବନେଶ୍ୱର: ୨୯/୭(ସତ୍ୟାନ୍ୟୁଜ୍) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘର ଓ ଅଫିସରେ ରେଡ୍ କରିଛି ଭିଜିଲାନ୍ସ ବିଭାଗ । ରାଜ୍ୟର ୧୦ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍।
ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱର, ସୋନପୁର, ବରଗଡ଼, ବଲାଙ୍ଗୀର ସମେତ ରାଜ୍ୟର ୧୦ଟି ସ୍ଥାନରେ ଥିବା ରାମଚନ୍ଦ୍ର ମିଶ୍ରଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି। ଚଢ଼ାଉରେ ଭିଜିଲାନ୍ସର ୧୦ ଜଣ ଡିଏସପିଙ୍କ ସମେତ ୧୫ ଜଣ ଇନିସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଏହି ଚଢ଼ାଉ ସମୟରେ କେତେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ସୂଚନା ମିଳିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ୩୦ ଟି ପ୍ଲଟ , ସତ୍ୟ ନଗରରେ ଥିବା କୋଠା ,
୨ କୋଟି ଟଙ୍କାର ଜମା ଠାବ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଶ୍ରୀ ମିଶ୍ରଙ୍କ ଚାକିରି ଆଉ ମାତ୍ର ବର୍ଷେ ଥିଲା। ବର୍ଷେ ପରେ ନେଇଥାନ୍ତେ ଅବସର। ମାତ୍ର ତା’ ପୂର୍ବରୁ ଚଢାଉ କରିଛି ଭିଜିଲାନ୍ସ ବିଭାଗ।

Leave A Reply

Your email address will not be published.