ରାଉରକେଲା: ଇସ୍ପାତ କାରଖାନା ସମ୍ପ୍ରସାରଣ ଲାଗି ଆବଶ୍ୟକୀୟ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ।। ବିସ୍ଥାପିତଙ୍କ ପାଇଁ ଆରଏସପି ଘୋଷଣା କଲା ନୂଆ ପ୍ୟାକେଜ୍।
ରାଉରକେଲା: ଇସ୍ପାତ କାରଖାନା ସମ୍ପ୍ରସାରଣ ଲାଗି ଆବଶ୍ୟକୀୟ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ।। ବିସ୍ଥାପିତଙ୍କ ପାଇଁ ଆରଏସପି ଘୋଷଣା କଲା ନୂଆ ପ୍ୟାକେଜ୍।ରାଉରକେଲା:୨୬/୪(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ପାଇଁ ଆବଶ୍ୟକୀୟ ଜମି ଓଡ଼ିଶା ସରକାର ଅପ୍ରେଲ ମାସ ସୁଦ୍ଧା ଜବରଦଖଲ ମୁକ୍ତ ନକଲେ ଆଧୁନୀକରଣ ସ୍ୱପ୍ନରେ ରହିଯିବ। ଏପରି ଆଶଙ୍କା ଏବେ ପ୍ରକାଶ ପାଉଛି। ଏବେ ଆରଏସପି ଉତ୍ପାଦନ କ୍ଷମତା ସାଢ଼େ ୪ ମିଲିୟନ୍ ଟନ୍ ଥିବା ବେଳେ ଏହାକୁ ସାଢ଼େ ୯ ମିଲିୟନ ଟନ୍ କୁ ବୃଦ୍ଧି କରାଯିବ। ଏଥିପାଇଁ ୩୦ ହଜାର କୋଟି ଖର୍ଚ୍ଚ ହେବ। ମାତ୍ର ଆବଶ୍ୟକୀୟ ଜମି ମିଳୁ ନଥିବାରୁ କାମ ଆଗେଇ ପାରୁ ନାହିଁ। ଅପ୍ରେଲ ମାସରେ ରାଜ୍ୟ ସରକାର ଆବଶ୍ୟକୀୟ ଜମି ରୁ ଜବରଦଖଲ ହଟାଇଲେ ମେ ମାସରେ ସେଲ୍ ବୋର୍ଡ ମିଟିଂ ରେ ଆରଏସପି ସମ୍ପ୍ରସାରଣ ପାଇଁ ଆପ୍ରୋଭାଲ୍ ଦିଆଯିବ। ଅନ୍ୟଥା ଏହି ପ୍ରସ୍ତାବ ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଦିଆଯିବ ବୋଲି ଅପ୍ରେଲ ୧୫ ରେ ଷ୍ଟିଲ୍ ସେକ୍ରେଟାରୀ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହୋଇଛି। ଗତକାଲି ବନ୍ଧମୁଣ୍ଡା ଅଞ୍ଚଳରେ କାମ ଆରମ୍ଭ ବେଳେ ବିରୋଧ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ରାଉରକେଲା ହାଉସ ଠାରେ ଆରଏସପି ସଂପ୍ରସାରଣ ସମ୍ପର୍କୀତ ବୈଠକ ଆୟୋଜିତ ହୋଇଥିଲା। ସମସ୍ତ ଙ୍କ ସହଯୋଗ ଓ ସହଭାଗିତା ରେ କାମ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଛି।
ଆରଏସପି ର ପ୍ରସ୍ତାବିତ ସଂପ୍ରସାରଣ ନେଇ ଆଜି ର ବୈଠକରେ ବିସ୍ଥାପିତ ପରିବାର ସଦସ୍ୟ ଙ୍କ ସମେତ ରଘୁନାଥପାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ, ରାଉରକେଲା ଇସ୍ପାତ କାରଖାନା ର ମାନବ ସମ୍ବଳ ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତଗୀର୍, ଅତିରିକ୍ତ ଏସପି ରବି ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସଂପ୍ରସାରଣ ପାଇଁ ବିସ୍ଥାପିତ ହେବା କୁ ଥିବା ଗ୍ରାମବାସୀ ମଧ୍ୟରେ ବରକାନୀ,ଝାରମୁଣ୍ଡା,ଟାଙ୍ଗରପାଲୀ, ଆଦି ଅଞ୍ଚଳ ର ବାସିନ୍ଦା ଉପସ୍ଥିତ ଥିଲେ।
ସଂପ୍ରତି ଦେଶର ପ୍ରଥମ ଇଣ୍ଟିଗ୍ରେଟେଡ ଇସ୍ପାତ କାରଖାନା ରାଉରକେଲା ଇସ୍ପାତ କାରଖାନା ର ଉତ୍ପାଦନ କ୍ଷମତା ୪.୫ ମିଲିୟନ ଟନ ରହିଛି ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରି ୯.୫ ମିଲିୟନ ଟନ ନେଇ ୩୦ ହଜାର କୋଟି ଟଙ୍କା ର ପ୍ୟାକେଜ ଆସି ଅଟକ ରହିଛି। ତେଣୁ ସମସ୍ତ ଙ୍କ ସହମତି ଭିତ୍ତିରେ ଏହି କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଆଜି ର ବୈଠକ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଅବସରରେ ଇଡି ବିସ୍ଥାପିତ ପରିବାର ଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ଅନୁକମ୍ପାମୂଳକ ପ୍ୟାକେଜ ଘୋଷଣା କରିଥିଲେ।ଘର ପାଇଁ ଏକ୍ସଗ୍ରାସିଆ ବାବଦରେ ଏକ ଲକ୍ଷ ଟଙ୍କା,ଘର ନିର୍ମାଣ ପାଇଁ ସହାୟତା ରାଶି ୩ ଲକ୍ଷ,୧୨ ହଜାର ୪୬୫ ଟଙ୍କା, ଏକକାଳୀନ ବିସ୍ଥାପନ ସହାୟତା ଏକ ଲକ୍ଷ ଚାରି ହଜାର ୧୫୫ ଟଙ୍କା ପ୍ରଦାନ ସହ ମୋଟ ୫ ଲକ୍ଷ ଷୋହଳ ହଜାର ୬୨୦ ଟଙ୍କା ପ୍ରଭାବିତ ପରିବାରକୁ ମିଳିବ। ପ୍ରତି ଘର ପିଛା ୬୫୦ ବର୍ଗ ଫୁଟ ର ଉନ୍ନତିକରଣ ପ୍ଲଟ ପ୍ରସ୍ତୁତ କରି ପ୍ରଦାନ କରାଯିବ।ଏହା ବର୍ଗ ଫୁଟ ପିଛା ୨୭୬୦/-ଟଙ୍କା ହିସାବରେ ବେଞ୍ଚ ମାର୍କ ମୂଲ୍ୟ ଏକର ପିଛା ୧୨କୋଟି ଟଙ୍କା ହିସାବରେ ପ୍ରଦାନ କରାଯାଉଛି।ଏହା ବ୍ୟତୀତ ଜୀବନଧାରଣ ପାଇଁ ପ୍ରତି ପରିବାର ର ଜଣକୁ ଆଉଟସୋର୍ସିଂ କର୍ମଚାରୀ ଭାବେ ନିଯୁକ୍ତି ଦିଆଯିବ ଓ ସେ ୬୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ। ଏଥିରେ ପ୍ରତି କର୍ମଚାରୀ ମାସିକ ୨୦ ହଜାର ୬୫୭ ଟଙ୍କା ବୋନସ ସହ ପ୍ରଦାନ କରାଯିବ। ଏହି ବୈଠକରେ ସହର ସେବା ଓ ଟାଉନ ଇଞ୍ଜିନିୟରିଂ ର ସିଜିଏମ ଟି ଜି କାନେକର,ବି କେ ଯୋଯୋ,ଟାଙ୍ଗରପାଲୀ ଓ ବନ୍ଧମୁଣ୍ଡା ଥାନା ଅଧିକାରୀ ଉପସ୍ଥିତ ଥିଲେ।