ସୁନ୍ଦରଗଡ଼:୨୫/୪(ସତ୍ୟାନ୍ୟୁଜ) ନିଜକୁ ସିଦ୍ଧ ପୀଠ ର ବାବା ଦର୍ଶାଇ ଘର ର ରିଷ୍ଟ ଖଣ୍ଡନ କରିବା ଆଳରେ ଲକ୍ଷାଧିକ ଟଙ୍କା ର ସୁନା ଗହଣା ଲୁଟି ନେଇଥିବା ଗ୍ୟାଙ୍ଗ ର ୫ ଜଣ ସଦସ୍ୟଙ୍କୁ ସୁନ୍ଦରଗଡ଼ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ପୋଲିସ୍ ଲୁଟ୍ ହୋଇ ଥିବା ସୁନା ଗହଣା , ବହୁ ପିତ୍ତଳ ମୂର୍ତ୍ତି , ୭ ଟି ମୋବାଇଲ ଫୋନ୍ , ଅନେକ ଧାତୁ ନିର୍ମିତ ମୂର୍ତ୍ତି ଜବତ୍ କରିଛନ୍ତି। ସମସ୍ତ ଅଭିଯୁକ୍ତ ବିହାର ଔରଙ୍ଗାବାଦ ଜିଲ୍ଲାର।
ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ସଦର ଥାନା
ଲଙ୍କାଗୁଡା ଗ୍ରାମର ଗୋବର୍ଦ୍ଧନ ଓରାମ ନିଜ ସ୍ତ୍ରୀଙ୍କ ସହ ଘରେ ଥିବା ବେଳେ ୫ ଜଣ ବାବା ପହଞ୍ଚି ଥିଲେ। ଘର ପ୍ରତି ବିପଦ ଥିବା , ସ୍ୱାମୀଙ୍କ ଅନିଷ୍ଟ ହେବା ଆଦି କହି ଉଭୟ ସ୍ୱାମୀ , ସ୍ତ୍ରୀ ଙ୍କୁ ଭୟଭୀତ କରାଇ ଥିଲେ। ରିଷ୍ଟ ଖଣ୍ଡନ ପାଇଁ ପୂଜାପାଠ କରିବାକୁ କହିଥିଲେ। ପୂଜା ପାଠ କରାଇବା ବାହାନାରେ ଘରେ ଥିବା ସୁନା ଅଳଙ୍କାର ନେଇ ପଳାଇ ଥିଲେ। ଠକାମି ର ଶିକାର ହୋଇ ଥିବା ଜାଣିବା ପରେ ଗୋବର୍ଦ୍ଧନ ଥାନାରେ ମାମଲା ଦାୟର କରିଥିଲେ। ପୋଲିସ୍ ତଦନ୍ତ କରି ୫ ଜଣ ଠକ ବାବାଙ୍କୁ ଗିରଫ କରିବା ସହ ସମସ୍ତ ସୁନା ଗହଣା ଉଦ୍ଧାର କରିଛନ୍ତି। ଏପରି ଠକ ଗ୍ୟାଙ୍ଗ ସକ୍ରିୟ ଥିବାରୁ
ଏଥି ପ୍ରତି ସଜାଗ ରହିବାକୁ ଜନ ସାଧାରଣଙ୍କୁ ଏସ ଡି ପି ଓ ନିର୍ମଳ କୁମାର ମହାପାତ୍ର ନିବେଦନ କରିଛନ୍ତି ।