ରାଉରକେଲା : କାଉଡିଆଙ୍କ ଡ଼ିଜେ ବଜାଇ ଶୋଭାଯାତ୍ରାକୁ କେନ୍ଦ୍ର କରି ପୋଲିସ – କାଉଡ଼ିଆ ମୁହାଁ ମୁହିଁ।। ବେଦବ୍ୟାସ ଅଞ୍ଚଳର ଘଟଣା।
ରାଉରକେଲା : ୨୯/୭(ସତ୍ୟାନ୍ୟୁଜ) ଶୈବ ପୀଠରେ ଜଳାଭିଷେକ ଲାଗି ଡିଜେ ବାଜା ବଜାଇ କାଉଡ଼ିଆ ମାନେ ଯାଉଥିବା ବେଳେ ପୋଲିସ – କାଉଡ଼ିଆ ମାନେ ମୁହାଁ ମୁହିଁ ହୋଇଛନ୍ତି। ଏହି ଘଟଣା ଆଜି ଭୋରୁ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳ ରେ ଘଟିଛି। ଶିବ ଭକ୍ତ ମାନେ ଡିଜେ ବାଜା ବଜାଇ ବେଦବ୍ୟାସ ଶୈବ ପୀଠକୁ ଜଳ ଚଢାଇବାକୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲେ। ଭୋର ଚାରିଟା ସମୟ ହୋଇଥିବାରୁ ଲୋକଙ୍କ ଅସୁବିଧା ହେଉଥିବା ଅଭିଯୋଗ ପାଇବା ପରେ ପୋଲିସ ଏହି ପଦକ୍ଷେପ ନେଇଥିଲା। ପୋଲିସ କାଉଡ଼ିଆଙ୍କୁ ଅଟକାଇବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଘଟଣା ସ୍ଥଳରେ ଭିଡ ବଢିବାରୁ ଟ୍ରାଫିକ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୋଲିସ ଡିିଜେ ଗାଡି ଏବଂ କେତେକ ଲୋକଙ୍କୁ ଥାନା କୁ ଆଣିଥିଲେ। ପରେ ସେମାନଙ୍କୁ ବୁଝାସୁଝା କରି ଛାଡ଼ି ଦିଆଯାଇଥିବାର ସୂଚନା ମିଳିଛି। ଏବେ ଶ୍ରାବଣ ମାସ ହୋଇଥିବାରୁ ପ୍ରତି
ସୋମବାର ଦିନ ବେଦବ୍ୟାସ ଏବଂ ଘୋଘର ଶୈବ ପୀଠରେ ଶିବ ଭକ୍ତଙ୍କ ପ୍ରବଳ ଭିଡ଼ ହେଉଛି। ବ୍ରାହ୍ମଣୀ ନଦୀରୁ ପାଣି ନେଇ କାଉଡ଼ିଆ ମାନେ
ରାଉରକେଲା ରୁ ରାଜଗାଙ୍ଗପୁର ନିକଟସ୍ଥ ଘୋଗର ଶୈବ ପୀଠକୁ ଜଳ ଚଢ଼ାଇବାକୁ ଯାଇ ଥାଆନ୍ତି। ଏଥି ପାଇଁ ପ୍ରତି ସୋମବାର ଶିବ ଭକ୍ତଙ୍କ ଭିଡ ଲାଗି ରହିଥାଏ।