ବରିଷ୍ଠ ସାମ୍ବାଦିକଙ୍କ ଅକାଳ ବିୟୋଗ
ବଣାଇ,୨୮/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇଁର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ତ୍ରିପାଠୀଙ୍କ ଆଜି ଭୋର ୪.୩୦ ସମୟରେ ବଣାଇଁ କଲେଜ ନିକଟ କଲୋନୀରେ ଥିବା ତାଙ୍କ ବାସଭବନରେ ଅକାଳ ବିୟୋଗ ହୋଇଯାଇଛି।
।ସେ ଦୀର୍ଘ ଦିନ ଦିନ ଧରି କିଡ଼ିନି ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହଠାତ୍ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ସମ୍ବାଦର ପ୍ରତିନିଧି ଭାବେ ସେ ବଣାଇଁ ରେ କାର୍ଯ୍ୟ କରି ଆସୁଥିଲେ। ତା ସହିତ ବଣାଇଁ ର ବିଭିନ୍ନ ପୂଜା ପାର୍ବଣ, ଚୈତ୍ରମେଳା, ମହୋତ୍ସବ ଇତ୍ୟାଦିରେ
ତାଙ୍କର ଅବଦାନ ଅତୁଳନୀୟ ରହିଥିଲା।
ଜଣେ ଆମାୟିକ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବରେ ସବୁ ମହଲରେ ପରିଚିତ ଥିବା ଦିଲିପଙ୍କ ବିୟୋଗରେ ବଣାଇ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ରବିବାର ସକାଳେ ତାଙ୍କ ବାସଭବନରେ ବହୁ ଲୋକ ତାଙ୍କର ଶେଷ ଦର୍ଶନ କରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ,ଝିଅ, ଭାଇ ଭଉଣୀ ସମସ୍ତେ ଉପସ୍ଥିତ ରହିଥିଲେ।
ବଣାଇଁ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିବା ପୁଅ ଚିନ୍ମୟ ତ୍ରିପାଠୀ ମୁଖାଗ୍ନୀ ଦେଇଥିଲେ। ଏହି ଅବସରରେ ବଣାଇଁ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ରଞ୍ଜିତ ଚୈଧୁରୀ ଙ୍କ ଅଧ୍ୟକ୍ଷତାରେ ବଣାଇଁ ବସଷ୍ଟାଣ୍ଡ ପ୍ରରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ତାଙ୍କ ଅମର ଆତ୍ମାର ସଦଗତୀ ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ମୃତ୍ୟୁ ଖବର ପାଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିପିଆଇ ଏମ ସାଧାରଣ ସମ୍ପାଦକ ପ୍ରମୋଦ ସାମଲ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ। ଏଥିରେ ସଂଘର ଉପଦେଷ୍ଟା ତପନ କୁମାର ଦଣ୍ଡିଆ,ଉପ ସଭାପତି ହବିବ ଖାନ୍, ରାଜେନ୍ଦ୍ର ପ୍ରଧାନ, ଲୋକନାଥ ସାମଲ, ଗିରେନ୍ଦ୍ର ସାହୁ, ହେମନ୍ତ ପାତ୍ର, ଦୁର୍ଗା ମାଧବ ବେହେରା, ଉଗ୍ରସେନ କିସାନ,ଭ୍ରମର ବାରୀକ, ସତ୍ୟନାରାୟଣ ମିଶ୍ର,ସୁରଜ ପ୍ରତାପ ମାହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।