ବିରମିତ୍ରପୁର : ପ୍ରବଳ ବର୍ଷା ଯୋଗୁଁ ସ୍ରୋତରେ ଭାସି ଯାଇଛି କଲଭର୍ଟ।। ନୂଆଗାଁ ବ୍ଲକ୍ ର ଖାତମା ନାଳା ଉପରେ ବ୍ରିଜ କରିବାକୁ ଦାବି।
[28/07, 18:07] Satyananda Mohanty: ରାଉରକେଲା : ୨୭/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ କୋକରମା ପଞ୍ଚାୟତର ବେମତା ଗ୍ରାମକୁ ସଂଯୋଗ କରିଥିବା ବ୍ରିଜ ୬ ବର୍ଷ ହେଲା ପାଣିରେ ଭାସି ଯାଇଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏପର୍ଯ୍ୟନ୍ତ ହୋଇ ପାରୁନାହିଁ। ଗ୍ରାମକୁ ଗଲେ ଖାତମା ନାଳା ଦେଇ ଯିବାକୁ ହୁଏ । ଏହି ନାଳା ପାଖ ଆପ୍ରୋଚ୍ ରୋଡ ମଧ୍ୟ ପାଣି ସ୍ରୋତରେ ଭାସି ଯାଇଛି। ସ୍ଥାନୀୟ ଜନ ପ୍ରତିନିଧି ମାନେ ବ୍ରିଜ ଏବଂ ରୋଡ ନିର୍ମାଣ ପାଇଁ ରୁରାଲ ୱାର୍କ୍ସ ଡିଭିଜନ କୁ ମଧ୍ୟ ଜନ ଶୁଣାଣି ପୋର୍ଟାଲ ମାଧ୍ୟମରେ ପିଟିସନ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ଏହି ବ୍ରୀଜ୍ ଏବଂ ରୋଡ ନିର୍ମାଣ କରିବାକୁ ନିବେଦନ କରାଯାଇଛି। ଏ ବାବଦରେ କୁଆଁରମୁଣ୍ଡା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ସ୍ଥାନୀୟ ତହସିଲଦାର ଙ୍କୁ ଖାତମା ନାଳା ଉପରେ ସଂଯୋଗକାରୀ ରାସ୍ତା ପାଇଁ ଜମି ଚିହ୍ନଟ କରିବାକୁ ଚିଠି ଦିଆ ଯାଇଛି। ପ୍ରବଳ ବର୍ଷା ଯୋଗୁଁ ପ୍ରଖର ସ୍ରୋତରେ କଲଭର୍ଟ ଏବଂ ରୋଡ ଭାସି ଯାଇଛି । ଏଠାରେ ବ୍ରିଜ ନିର୍ମାଣ କରିବାକୁ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ କୁହାଯାଇଛି। ଏହି ରାସ୍ତା ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଗାଈ , ମଇଁଷି ଗାଁକୁ ଯାଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଉଥିବା ମଧ୍ୟ ଦେଖା ଯାଉଛି। ଏହି ନାଳା ଉପରେ ଏକ ବ୍ରିଜ ଏବଂ ଏହାର ସଂଯୋଗକାରୀ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି।