ସୁନ୍ଦରଗଡ଼ : ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ।। ମା ସମଲେଇ ମନ୍ଦିର ଏବଂ ଶୁଖା ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା।
ସୁନ୍ଦରଗଡ଼ : ୨୭/୭(ସତ୍ୟାନ୍ୟୁଜ) ବିଧାନସଭା ରେ ଉପ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ନିଜ ପୈତୃକ ଜିଲ୍ଲା ସୁନ୍ଦରଗଡ଼କୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ । ଆଜି ସୁନ୍ଦରଗଡ଼ ଆସି ଆରାଧ୍ୟା ଦେବୀ ମାଁ ସମଲେଇ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହା ପରେ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ରେ ପହଞ୍ଚି ବାଲିଶଙ୍କରା ସ୍ଥିତ ଶୁଖା ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହା ସହିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତାଙ୍କୁ ଯେଉଁ ଗୁରୁ ଦାୟିତ୍ବ ଦିଆଯାଇଛି ତା ତୁଲାଇବା ସହ ରାଜ୍ୟ ର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି ଶ୍ରୀ ଭୋଇ ।