ରାଉରକେଲା : ଅନ୍ ଲାଇନ୍ ଗେମ୍ କେଲଙ୍କରୀ।। ଦୂତୀୟ ଦିନରେ ମଧ୍ୟ ଇଡି ଚଢ଼ାଉ ଜାରୀ।। ୧୦୦ ରୁ ଉର୍ଦ୍ଧ୍ବ ଯୁବକ ନିଷିଦ୍ଧ ଗେମ୍ ରେ ସାମିଲ।
ରାଉରକେଲା : ୨୭/୭(ସତ୍ୟାନ୍ୟୁଜ) କାଲି କିଛି ନଥିଲେ ଆଜି କୋଟି ପତି। ରାତା ରାତି କମାଇ ଛନ୍ତି ଅଜସ୍ର ଟଙ୍କା। ସେଥିରେ ନିର୍ମାଣ କରିଛନ୍ତି ବିଳାସମୟ କୋଠା। ଏହା କୌଣସି ସହରରେ ନୁହେଁ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ ଗୋଗୁଆ ଗାଁର କିଛି ଯୁବକଙ୍କ କାହାଣୀ। କୋଟିପତି ନିଶା ରେ ଗ୍ରାମର କିଛି ଯୁବକ ଅନଲାଇନ ଗେମ ଖେଳୁ ଥିଲେ । ଗେମ୍ ଖେଳି ଏତେ ଟଙ୍କା ଆସିଲା ଯେ ବ୍ୟାଙ୍କ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲା। ଚାଲିଲା ଖୋଳ ତାଡ଼। ଧୀରେ ଧୀରେ ଘଟଣା ଗାଁ ଠାରୁ ନେଇ ଆଖ ପାଖ ଅଞ୍ଚଳ ରେ ପ୍ରଘଟ ହେଲା। ଆଖି ଖୋସିଲା ପରି ଘର ଏବଂ ଗାଡି।ଯୁବକଙ୍କ ଚାଲି ଚଳଣ ମଧ୍ୟ ବଦଳି ଗଲା।ପ୍ରଥମେ ଗାଁ ର କିଛି ଯୁବକ ଏହି ଅନ୍ ଲାଇନ୍ ଗେମ୍ ଖେଳି ପ୍ରଚୁର ଅର୍ଥ ଉପାର୍ଜନ କରୁଥିବା ବେଳେ ଏବେ ୧୦୦ ଉର୍ଦ୍ଧ୍ବ ଯୁବକ ଏହି ନିଷିଦ୍ଧ ଗେମ୍ ରେ
ମାତିଛନ୍ତି। ଶେଷରେ ଏହି ଘଟଣାର ତଦନ୍ତ ଦାୟିତ୍ୱ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୁ ଦିଆ ଗଲା। ଗତକାଲି ଠାରୁ କୋଲକତା ରୁ ଆସିଥିବା ଇଡି ର ୪୦ ଜଣିଆ ଟିମ୍ ବଡ ଗୋଗୁଆ ଗାଁରେ ଚଢ଼ାଉ ଜାରୀ ରଖିଛନ୍ତି। ଏହି ଚଢ଼ାଉରେ ସିଆରପିଏଫ୍ ଙ୍କୁ ନିୟୋଜିତ କରାଯାଇଛି। ଏବେ ଦୁଇ ଦିନ ହେଲା ଗାଁ ର ୬ ଟି ଘରେ ରେଡ୍ ଚାଲିଥିବା ବେଳେ ଗେମ୍ ରେ ସଂଶ୍ଳିଷ୍ଟ ଯୁବକ ମାନେ ଫେରାର ହୋଇ ଯାଇଛନ୍ତି। ଇଡି ଅଧିକାରୀ ମାନେ ପରିବାର ଲୋକଙ୍କୁ ଜେରା କରୁଛନ୍ତି।