ରାଉରକେଲା : ୨୭/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିମଳାଗଡ଼ର ଫକିରମୁଣ୍ଡା ଅଞ୍ଚଳରେ ନକଲି ବିଦେଶୀ ମଦ କାରଖାନା ଜବତ ହେବା ପରେ ଏବେ ଅବକାରୀ ବିଭାଗ ହୋଟେଲ ଏବଂ ବାର୍ ଉପରେ ଚଢ଼ାଉ କରୁଛି।କୋଇଡାରେ ଥିବା ଏକ ହୋଟେଲ ଓ ମଦ ବାର୍ ରେ ସମ୍ୱଲପୁର ଅବକାରୀ ବିଭାଗ ଓ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ମିଳିଥିବା ସୂଚନା ମିଳିଛି । ହୋଟେଲ ଏଵଂ ବାର୍ ର କର୍ମଚାରୀ ଙ୍କୁ ଅଟକ ରଖି ପଚାର ଉଚୁରା ଚାଲିଛି। ସୂଚନାଯୋଗ୍ୟଯେ ଗତ ୨୪ ତାରିଖରେ ବିଶସ୍ତ ସୁତ୍ରରୁ ଖବର ପାଇ ଫକିରମୁଣ୍ଡା ଗାଁ ରେ ଅବକାରୀ ବିଭାଗ ରେଡ୍ କରି ଲକ୍ଷ ଲକ୍ଷ ଟଙ୍କା ର ନକଲି ବିଦେଶୀ ମଦ ଜବତ କରିଥିଲେ। ଏହି ନକଲି ମଦ କୋଇଡା ତଥା ଆଖପାଖ ଅଞ୍ଚଳ ରେ ଥିବା ବିଭିନ୍ନ ହୋଟେଲ କୁ ସପ୍ଲାଇ ହୋଇ ଥିବା ସୂଚନା ପାଇ ଏହି ଚଢ଼ାଉ କରା ଯାଇଥିଲା। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।