ରାଉରକେଲା : ଅନ୍ ଲାଇନ୍ ଗେମ୍ ସନ୍ଦର୍ଭରେ ଇଡି ର ରେଡ୍।। କେନ୍ଦ୍ରୀୟ ଫୋର୍ସ ସହ ରେଡ୍ ରେ ଇଡି ର ୪୦ରୁ ଉର୍ଦ୍ଧ୍ବ ଅଧିକାରୀ ନିୟୋଜିତ।। ବଣାଇ ଅଞ୍ଚଳରେ ରେଡ୍।
ରାଉରକେଲା : ୨୬/୭(ସତ୍ୟାନ୍ୟୁଜ) ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ଇଡି)ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଚାଲିଛି ଏକ ବଡଧରଣର
ରେଡ୍। ରେଡ୍ ରେ ସାମିଲ ହୋଇଛନ୍ତି ୪୦ ରୁ ଉର୍ଦ୍ଧ୍ବ ଇଡି ଅଧିକାରୀ। ଏହି ଚଢ଼ାଉରେ କେନ୍ଦ୍ରୀୟ ଫୋର୍ସ ଙ୍କୁ ନିୟୋଜିତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ କୋଲକାତାରୁ ଇଡି ର ଏହି ୪୦ ଜଣିଆ ଟିମ୍ ୮ ଟି ଗାଡ଼ିରେ ଆସି ବଣାଇ ଅଞ୍ଚଳରେ ପହଞ୍ଚି ଛନ୍ତି। ଟିମ୍ ର ଅଧିକାରୀ ମାନେ ବଣାଇ ଥାନା ଅନ୍ତର୍ଗତ ବଡ ଗୋଗୁଆ , ଜଙ୍ଗଳା ଏବଂ ରୁଗୁଡ଼ା ଗ୍ରାମର ୬ଟି ବିଲ୍ଡିଂ ରେ ଚଢ଼ାଉ ଜାରୀ ରଖିଛନ୍ତି। ଚଢ଼ାଉର ସଠିକ୍ କାରଣ ଜଣା ପଡି ନଥିଲେ ମଧ୍ୟ ଅନ୍ ଲାଇନ୍ ଗେମ୍ ରେ କୋଟି କୋଟି ଟଙ୍କା କାରବାର ବାବଦରେ ଇଡି ସୁରାଗ ପାଇଥିବା ଅନୁମାନ କରାଯାଉଛି। ଫି ଉଇନ୍ ଗେମ୍ ନାମକ ଏକ ଅନ୍ ଲାଇନ୍ ବେଟିଂ ସମ୍ପର୍କରେ ସୂଚନା ନେଇ ଇଡି ଏହି ଚଢ଼ାଉ କରିଥିବା ଜଣା ପଡ଼ୁଛି। ତେବେ ଏହି ଚଢ଼ାଉ ବାବଦରେ ଇଡି ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।