ରାଉରକେଲା : ଯୁବତୀଙ୍କୁ ହୋଟେଲରେ ଗଣ ଦୁଷ୍କର୍ମ ଅଭିଯୋଗ।। ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ।

0 683

ରାଉରକେଲା : ୨୬/୭(ସତ୍ୟାନ୍ୟୁଜ) ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ଅଭିଯୋଗରେ ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଇ ଜଣ ହେଲେ ବଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ର ୩୯ ବର୍ଷୀୟ ଏଡୁଆ ଓରାମ ଏଵଂ ୪୫ ବର୍ଷୀୟ ଶଙ୍କର କିସାନ।

ମିଳିଥିବା ସୂଚନା ଅନୁଯାୟୀ ପୀଡ଼ିତା ଓ ଦୁଇ ଅଭିଯୁକ୍ତ ଦିନ ମଜୁରିଆଭାବେ କାମ କରୁଥିଲେ। ଏଣୁ ତିନିଜଣଙ୍କ ମଧ୍ୟରେ ଚିହ୍ନା ପରିଚୟ ଥିଲା। ପୀଡ଼ିତା ମନ୍ଦିରରୁ ଫେରୁଥିବାବେଳେ କାମକୁ ଯିବା ବାହାନାରେ ଅଭିଯୁକ୍ତ ଦ୍ବୟ ଅପହରଣ କରିନେଲେ। ଏହାପରେ ପୀଡ଼ିତା(୨୦)ଙ୍କୁ ବନ୍ଧକ ରଖି ଏକାଧିକ ସ୍ଥାନରେ ୪ଦିନ ଧରି ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣା ରାଉରକେଲାରେ ଘଟିଛି।
ଦୁଇ ଅଭିଯୁକ୍ତ ଦିନ ମଜୁରିଆ ହୋଇଥିବାବେଳେ ପୀଡ଼ିତା ମଧ୍ୟ ମୂଲ ଲାଗି ନିଜ ପରିବାରକୁ ପୋଷୁଥିଲେ। ବିଭିନ୍ନ ପ୍ରକଳ୍ପରେ ଏକାଠି କାମ କରିବାବେଳେ ପୀଡ଼ିତା ଓ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରେ ଏତେ ଘନିଷ୍ଠତା ନଥିଲା। ଗତ ୧୫ ତାରିଖର ଘଟଣା। ପୀଡ଼ିତା ସକାଳୁ ମନ୍ଦିର ଯାଇଥିଲେ। ଦିନ ପ୍ରାୟ ୧୦ଟାରେ ମନ୍ଦିରରୁ ଫେରି ଘରକୁ ଯିବା ପାଇଁ ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ରଛକରେ ଅଟୋକୁ ଅପେକ୍ଷା କରିଥିଲେ। କିଛି ସମୟପରେ ଦୁଇ ଅଭିଯୁକ୍ତ ସେଠାରେ ଏକ ମୋଟର ସାଇକଲରେ ପହଞ୍ଚି ଏକ ନିର୍ମାଣକାର୍ଯ୍ୟରେ ମଜୁରିଆ ଆବଶ୍ୟକ ଥିବା କହିଥିଲେ। ଫଳରେ ପୀଡ଼ିତା ସେମାନଙ୍କ ମିଛ ଜାଲରେ ଫସିଯାଇ ମୋଟରସାଇକଲରେ ବସିଥିଲେ। ତେବେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ସିଧାସଳଖ ରାଉରକେଲା ନେଇ ଆସିଥିଲେ। ଏହାପରେ ପ୍ଲାଣ୍ଟ୍‌ସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେସନ୍ ନିକଟ ଏକ ହୋଟେଲରେ ରଖି ରାତିସାରା ଗଣଦୁଷ୍କର୍ମ କରିଥିଲେ। ତା’ପରଦିନ, ଅର୍ଥାତ୍‌ ୧୬ ତାରିଖରେ ପୀଡ଼ିତାଙ୍କୁ ହୋଟେଲ୍‌ରୁ ସ୍ଥାନୀୟ ବାଲୁଘାଟର ଜଣେ ଅଟୋଚାଳକଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ମଧ୍ୟ ଉଭୟ ଅଭିଯୁକ୍ତ ତିନିଦିନଧରି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ତେବେ ୧୯ ତାରିଖ ସକାଳେ ଘରେ କେହି ନଥିବାର ସୁଯୋଗ ନେଇ ପୀଡ଼ିତା ପଳାଇ ଆସି ଆଇଟିଆଇ ଛକ ନିକଟରେ ଅସହାୟ ଭାବେ ବୁଲୁଥିଲେ। ପୀଡ଼ିତାଙ୍କ ପୋଷାକ ଓ ହାବଭାବକୁ ଦେଖି କିଛି ସ୍ଥାନୀୟ ବ୍ୟକ୍ତି ପଚରାଉଚରା କରିବାରୁ ଘଟଣା ସଂପର୍କରେ ଜଣାପଡ଼ିଥିଲା। ସେମାନେ ପୀଡ଼ିତାଙ୍କୁ ରଘୁନାଥପାଲି ଥାନାର ଜିମା ଦେଇଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଥିବା ‘ସଖୀ’ ଆଶ୍ରୟସ୍ଥଳୀରେ ରଖିଥିଲା। ଲିଖିତ ଅଭିଯୋଗ ପରେ ପ୍ଲାଣ୍ଟ୍‌ସାଇଟ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

Leave A Reply

Your email address will not be published.