ରାଉରକେଲା:୨୩/୪(ସତ୍ୟାନ୍ୟୁଜ) ରାଜ୍ୟସାରା ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି। ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ଉପକୂଳରୁ ପଶ୍ଚିମ ଓଡ଼ିଶା ଯାଏଁ ସବୁଠି ଡହ ଡହ ଖରା। ଗତକାଲି ଝାରସୁଗୁଡ଼ା ଦେଶର ସବୁ ଠାରୁ ଅଧିକ ଉତ୍ତପ୍ତ ସହର ଥିଲା। ଆହୁରି ୫ ଦିନ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବବିଭାଗ। ଅନୁଗୁଳରେ ତାତି ଅସହ୍ୟ ହୋଇ ପଡିଛି। ଇସ୍ପାତ ସହର ରାଉରକେଲା ରେ ମଧ୍ୟ ପ୍ରବଳ ତାତି ଅନୁଭୂତ ହେଉଛି। ଦିନ ଦୁଇଟା ବେଳକୁ ତାପମାତ୍ରା ୪୨ ଡିଗ୍ରୀ ପାର କରି ସାରିଥିଲା। ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ପ୍ରବଳ ଗରମ ଥିବାରୁ ଜରୁରୀ କାମ ରେ ଯେଉଁମାନେ ଘରୁ ବାହାରୁଛନ୍ତି ଶୀଘ୍ର ଫେରି ଆସୁଛନ୍ତି। ତାତିରୁ ରକ୍ଷା ପାଇବା ଲୋକମାନେ ରାସ୍ତା କଡ଼ରେ ଲାଗିଥିବା ଥଣ୍ଡା ପାନୀୟ ଷ୍ଟଲ୍ ରେ ଭିଡ ଲଗାଉଛନ୍ତି। ଆମ୍ବ ରସ ବିକ୍ରି ଆରମ୍ଭ ହୋଇଗଲାଣି। ଥଣ୍ଡା ପାଣି ପାଇବା ପାଇଁ ଲୋକେ ମାଟି ସୁରାଇ କିଣିବା ଦେଖା ଯାଉଛି। ମାଟି ସୂରାଇ ର ଚାହିଦା ଥିବାରୁ ଦୋକାନୀ ମାନେ ସୁ ଷ୍ଟକ୍ ବଢାଇ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ଲାଗି ଲୋକମାନେ ସତର୍କତା ମୂଳକ ପଦକ୍ଷେପ ନେବାକୁ ପ୍ରଶାସନ ପରାମର୍ଶ ଦେଇଛି। ବିଶେଷ କାମ ନଥିଲେ ୧୧ ଟା ପରେ ଘରୁ ବାହାରିବାକୁ କୁହା ଯାଇଛି।