ବଣାଇ : ୨୫/୭(ସତ୍ୟାନ୍ୟୁଜ) ବଣାଇଁ ବନଖଣ୍ଡର ତାମଡା ରେଞ୍ଜ ଅନ୍ତର୍ଗତ ଜାମଦର ଗ୍ରାମର ଗୋବରଦରା ସାହିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି
ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ଗୋବରଦରା ଗ୍ରାମର ଖୁଦରାଏ ମୁଣ୍ଡାରୀ (୪୫) ନିକଟସ୍ଥ ଜମି ଆଡକୁ ଶୌଚ କରିବା ପାଇଁ ଯାଇଥିଲେ। ଏହି ସମୟରେ ହଠାତ ଜଙ୍ଗଲ ପଟୁ ଏକ ହାତୀ ଆସି ତାକୁ ଆକ୍ରମଣ କରିଥିଲା। ଖୁଦରାଏ ମୁଣ୍ଡାରୀକୁ ହାତୀ ଶୁଣ୍ଡରେ ଉଠାଇ କଚାଡି ପାଦରେ ଦଳିଦେଇ ମାରି ଦେଇଥିଲା। ସ୍ଥାନୀୟ ଲୋକ ମାନେ ଖବର ପାଇ ଏ ବାବଦରେ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗର ରେଞ୍ଜର ଓ ଗୁରୁଣ୍ଡିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା କାର୍ଯ୍ୟକ୍ରମ ଜାରି ରହିଛି।