ରାଉରକେଲା : ଦକ୍ଷିଣ ପୂର୍ବ ରେଳପଥ ମହାପ୍ରବନ୍ଧକ ସଞ୍ଜୟ ମିଶ୍ରା ଙ୍କ ରାଉରକେଲା ଗସ୍ତ।। ବିଭିନ୍ନ ସମସ୍ୟା ନେଇ ବିଜେପି ପ୍ରତିନିଧି ମଣ୍ଡଳ ଭେଟିଲେ ଜିଏମ୍ ଙ୍କୁ।

0 400

ରାଉରକେଲା : ୨୫/୭ (ସତ୍ୟାନ୍ୟୁଜ) ଦକ୍ଷିଣ ପୂର୍ବ ରେଲୱେ ମହା ପ୍ରବନ୍ଧକ ସଞ୍ଜୟ ମିଶ୍ରା ଙ୍କ ରାଉରକେଲା ଗସ୍ତ ଅବସରରେ ବିଜେପିର ଏକ ପ୍ରତିନିଧି ମଣ୍ଡଳ ତାଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ରେଳ ଷ୍ଟେସନ ନିକଟରେ ଉଚ୍ଛେଦ ହେବାକୁ ଥିବା ଉଠା ବ୍ୟବସାୟୀ ଙ୍କୁ ଥଇଥାନ , ବୟସ୍କ ଲୋକଙ୍କ ପାଇଁ ଷ୍ଟେସନରେ ବ୍ୟାଟେରୀ ଚାଳିତ ଗାଡ଼ିର ବ୍ୟବସ୍ଥା , ବନ୍ଧମୁଣ୍ଡା ରେ ଆଲୋକି କରଣ , ଷ୍ଟେସନ୍ ଷ୍ଟାଣ୍ଡ ରେ ଯାନ ରଖିବା ରେଟ୍ କମ କରିବା ଆଦି ଦାବୀ ରଖିଥିଲେ। ଏହି ପ୍ରତିନିଧି ମଣ୍ଡଳରେ ଅମିତାଭ ସାମଲ , ରଞ୍ଜିତ ନାୟକ , ପ୍ରକାଶ ପଶ୍ୱନ୍ ପ୍ରମୁଖ ସାମିଲ ଥିଲେ।
ରାଉରକେଲା ଷ୍ଟେସନ୍ ରୁ ପାନପୋଷ ମଧ୍ୟରେ ହେବାକୁ ଥିବା ତୃତୀୟ ରେଳପଥର ସମ୍ପ୍ରସାରଣ ଲାଗି କାମ ଆରମ୍ଭ ହୋଇ ଯାଇଛି। ଏହା ୧୮ ମାସ ମଧ୍ୟରେ ସରିବ। ଏଥି ପାଇଁ ଉଚ୍ଛେଦ ହେବାକୁ ଥିବା ବସ୍ତି ବାସିନ୍ଦା ଙ୍କ ଥଇଥାନ ରାଜ୍ୟ ସରକାରଙ୍କ ଦାୟିତ୍ଵ ବୋଲି ରେଲୱେ ମହା ପ୍ରବନ୍ଧକ ସଞ୍ଜୟ ମିଶ୍ରା କହିଥିଲେ। ଶ୍ରୀ ମିଶ୍ରାଙ୍କ ସହ ଚକ୍ରଧରପୁର ମଣ୍ଡଳର ଡି ଆର୍ ଏମ ଏବଂ ରେଳବାଇ ର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଗସ୍ତରେ ସାମିଲ ଥିଲେ।

Leave A Reply

Your email address will not be published.