ରାଉରକେଲା : ଅସମ୍ପୂର୍ଣ୍ଣ ବ୍ରିଜ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଗ୍ରାମବାସୀ।। ବ୍ରିଜ ସମ୍ପୂର୍ଣ କରିବା ଦାବିରେ ମୁକ୍ତିକାନ୍ତଙ୍କ ଧାରଣା।

0 382

ରାଉରକେଲା : ୨୪/୭(ସତ୍ୟାନ୍ୟୁଜ) ରାଉରକେଲା ସହର ନିକଟ ଦେଓ ନଦୀ ଉପରେ ନିର୍ମାଣଧିନ ବ୍ରିଜ ୬ ବର୍ଷ ହେଲା ଆରମ୍ଭ ହେଲାଣି। ମାତ୍ର ଏପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ହୋଇ ପରି ନାହିଁ। ମିଟ୍ କୁନ୍ଦୁରି ଠାରେ ଥିବା ଏହି ବ୍ରିଜ ର ୭୫ ଭାଗ କାମ ସରି ଯାଇଥିବା ବେଳେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ବାକି କାମ ବନ୍ଦ ରହିଛି। ଏହି ବ୍ରିଜ ସମ୍ପୂର୍ଣ ହେଲେ ରାଉରକେଲା ସହର ସହ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ର ଅନେକ ଗାଁ କୁ ସିଧା ସଳଖ ସଂଯୋଗ କରାଯାଇ ପାରିବ। ପ୍ରତି ଦିନ ଏହି ରାସ୍ତା ଦେଇ ଗ୍ରାମବାସୀ , ସ୍କୁଲ ଛାତ୍ର ଛାତ୍ରୀ , ପନି ପରିବା ଚାଷୀ ରାଉରକେଲା ଯିବା ଆସିବା କରନ୍ତି। ମାତ୍ର ବ୍ରିଜ କାମ ଅଟକି ରହିଥିବାରୁ ଅତି ବିପଦ ସଙ୍କୁଳ ଭାବେ ସିଢି ଯୋଗେ ଲୋକେ ତଳକୁ ଓଲ୍ଲାଇ ଯିବା ଆସିବା କରୁଛନ୍ତି। କିଛି ଲୋକ ନଦୀ ପାର ହୋଇ ମଧ୍ୟ ଯାଉଛନ୍ତି। ଏହି ସେତୁ କୁ ଶୀଘ୍ର ସମ୍ପୂର୍ଣ କରିବା ଦାବିରେ ବିଶିଷ୍ଟ ସମାଜସେବୀ ମୁକ୍ତିକାନ୍ତ ବିଶ୍ଵାଳ ଆଜିଠାରୁ ପାନପୋଷ ଉପ ଜଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ଅସମ୍ପୂର୍ଣ୍ଣ ବ୍ରିଜ କାମ ପୁନଃ ଆରମ୍ଭ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି
ମୁକ୍ତିକାନ୍ତ କହିଛନ୍ତି। ଅନ୍ୟ ପକ୍ଷରେ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରାଯାଇ ଖୁବ୍ ଶୀଘ୍ର ବ୍ରିଜ୍ କାମ ଆରମ୍ଭ ହେବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.