ବିରମିତ୍ରପୁର : ଶିକ୍ଷାନୁଷ୍ଠାନ ନିକଟରେ ମାଦକ ଦ୍ରବ୍ୟ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଚଢ଼ାଉ।। ପୋଲିସ , ସ୍ଵାସ୍ଥ୍ୟ ଏବଂ ଅବକାରୀ ବିଭାଗର ଚଢ଼ାଉ।

0 343

ରାଉରକେଲା : ୨୪/୭ (ସତ୍ୟାନ୍ୟୁଜ) ଶିକ୍ଷାନୁଷ୍ଠାନ ନିକଟରେ ମାଦକ ଦ୍ରବ୍ୟ ବିକ୍ରି , ଅସ୍ବାସ୍ଥ୍ୟକର ଖାଦ୍ୟ ପଦାର୍ଥ ବିକ୍ରି ଉପରେ ଅଙ୍କୁଶ ଲଗାଇବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଏବାବଦରେ ଆଜି ବିରମିତ୍ରପୁର ସହରରେ ଜିଲ୍ଲା ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା ବିଭାଗ , ଅବକାରୀ ଓ ପୁଲିସ ବିଭାଗର ମିଳିତ ଚଢ଼ାଉ କରା ଯାଇଥିବା ଜଣାପଡିଛି। ପ୍ରାୟ ୩୦ ଟି ସ୍ଥାନରେ ଏହି ଚଢାଉ କରାଯାଇଛି। ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ କେତେକ ଦୋକାନୀ ଗୁଟଖା, ତମ୍ବାଖୁ ଜାତୀୟ ନିଶାଦ୍ରବ୍ୟ ଆଦି ବିକ୍ରି କରା ଯାଉଥିବା ଅଭିଯୋଗ ପାଇବା ପରେ ଏହି ଚଢ଼ାଉ କରା ଯାଇଥିଲା। ଏହା ଛଡା ସ୍କୁଲ ନିକଟରେ ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ ମଧ୍ୟ ଅଙ୍କୁଶ ଲଗାଇବାକୁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ ଯାଞ୍ଚ କରା ଯାଇଥିଲା। ଆଇନ ଉଲଙ୍ଘନ କରୁଥିବା ଦୋକାନୀ ମାନଙ୍କ ଠାରୁ ୩୨ ହଜାର ଟଙ୍କା ଜରିମାନା ଆଦାୟ କରା ଯାଇଥିଲା। ଚଢ଼ାଉର ଖବର ପାଇବା ପରେ ବିରମିତ୍ରପୁର ସହରର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ହୋଇ ଯାଇଥିଲା। ନିୟମିତ ଭାବେ ଏପରି ଯାଞ୍ଚ ଜାରି ରହିବା ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରୁ ଜଣା ପଡ଼ିଛି।

Leave A Reply

Your email address will not be published.