ରାଉରକେଲା : ବିମଳାଗଡରେ ନକଲି ବିଦେଶୀ ମଦ କାରଖାନା ଠାବ।। ୫ ଲକ୍ଷ ଟଙ୍କାର ନକଲି ମଦ ଏବଂ ପ୍ରସ୍ତୁତି ସାମଗ୍ରୀ ଜବତ।। ୪ ଗିରଫ।
ରାଉରକେଲା : ୨୪/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କେ ବଳଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ ଫକୀର ମୁଣ୍ଡା ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛନ୍ତି। ଝାରଖଣ୍ଡ, ବିହାର ଅଞ୍ଚଳରୁ ସ୍ପିରିଟ୍ ଆଣି ନକଲି ବିଦେଶୀ ମଦ ପ୍ରସ୍ତୁତ କରୁ ଥିବା ଖବର ପାଇ ଏହି ଚଢ଼ାଉ କରା ଯାଇଥିଲା। ଚଢାଉ ବେଳେ ଦୁଇଟି ଘରେ ନକଲି ବିଦେଶୀ ମଦ ପ୍ୟାକିଂ ଚାଲିଥିବା ଦେଖା ଯାଇଥିଲା। ଅବକାରୀ ବିଭାଗ ଅଧିକାରୀ ବବନ ଯାଦବ ଓ ଅନନ୍ତ ଚନ୍ଦ୍ର ମାହାନ୍ତଙ୍କ ଘରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ତିଆରି ସାମଗ୍ରୀ ଜବତ କରିଛନ୍ତି।
ସ୍ପିରିଟ୍ , ନାମୀ କମ୍ପାନୀର ଷ୍ଟିକର୍ , ବୋତଲ, ଠିପି ଏବଂ ବିକ୍ରି ଲାଗି ପ୍ରସ୍ତୁତ ନକଲି ମଦ ଜବତ କରାଯାଇଛି। ଜବତ ସାମଗ୍ରୀ ର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହା ଯାଉଛି। ନକଲି ମଦ ବ୍ୟବସାୟ କରୁଥିବା ଅଭିଯୋଗ ରେ ୪ ଜଣଙ୍କୁ ଗିରଫ କରାଯାଇଛି।